ଭୁବନେଶ୍ବର ବନ୍ଦ ଡାକରା ଦେଲା ବିଜେଡି, ଜାଣନ୍ତୁ କେବେ କେତେବେଳେ ଓ କାହିଁକି

Odisha Hot News
1 Min Read

ଭୁବନେଶ୍ବର: ଭୁବନେଶ୍ବର ବନ୍ଦ ଡାକରା ଦେଇଛି ବିଜେଡି। ଆଜି ରାଜ୍ୟ କାର୍ଯ୍ୟାଳୟ ଶଙ୍ଖ ଭବନରେ ଦଳ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ଘୋଷଣା କରାଯାଇଛି। ଏଥିରେ ଦଳର ବରିଷ୍ଠ ନେତା ଦେବୀ ମିଶ୍ର ଭୁବନେଶ୍ବରକୁ ବନ୍ଦ କରାଯିବ ବୋଲି କହିଛନ୍ତି। ସେଦିନ ବିଜେଡି କର୍ମିମାନେ ସମସ୍ତେ ଏହି ବନ୍ଦ ଡାକରାରେ ସାମିଲ ହେବେ।

ମୁଖ୍ୟତଃ ଭୁବନେଶ୍ବର ଭରତପୁର ଥାନାରେ ଯେପରି ନିର୍ଯ୍ୟାତନା ଘଟଣା ଘଟିଲା ତାହାର ପ୍ରତିବାଦରେ ଦଳ ଏହି ବନ୍ଦ ଡାକରା ଦେଇଛି। ସେଥିପାଇଁ ଦଳ ଆସନ୍ତା 24 ତାରିଖ ମଙ୍ଗଳବାର ଦିନ ଏହି ବନ୍ଦ ପାଳନ କରିବ। ସେଦିନ ଦଳ ସକାଳ 6 ଟାରୁ ଦିନ 1 ଟା ପର୍ଯ୍ୟନ୍ତ ଏହି ବନ୍ଦ ଡକରା କରାଯିବ ବୋଲି ଦଳ ଘୋଷଣା କରିଛି।

Share This Article