ବିଜେଡି ସାଂସଦଙ୍କ ବିସ୍ପୋରକ ସୂଚନା: କହିଲେ ଖୁବ ଶିଘ୍ର ନବୀନ ହେବେ ମୁଖ୍ୟମନ୍ତ୍ରୀ, କଂଗ୍ରେସ ସହ ଗଢିବୁ ସରକାର

Odisha Hot News
1 Min Read

ଭୁବନେଶ୍ବର: ବିଜେଡିର ରାଜ୍ୟସଭା ସାଂସଦ ଦେବାଶିଷ ସମାନ୍ତରାୟଙ୍କ ଏକ ବିପ୍ସୋରକ ବୟାନକୁ ନେଇ ରାଜ୍ୟ ରାଜନୀତି ହଲଚଲ ହେବାରେ ଲାଗିଛି। ସେ ଯାହା କହିଛନ୍ତି ତାହା ବର୍ତ୍ତମାନ ରାଜ୍ୟରେ ଏକ ମୁଖ୍ୟ ପ୍ରସଂଗ ପାଲଟିଛି। ଆଜି କୁଜଙ୍ଗର ଏକ କାର୍ଯ୍ୟକ୍ରମରେ ଖୋଲା ସଭାରେ ସେ ଏହି ତଥ୍ୟ ସାଧାରଣରେ ପ୍ରକାଶ କରିଛନ୍ତି। ଯାହା ରାଜନୈତିକ ସମୀକ୍ଷକଙ୍କୁ ହତବାକ କରିଦେଇଛି।

ସେହି ସଭାରେ ଦେବାଶିଷ ଭାଷଣ ଦେବା ବେଳେ କହିଥିଲେ ଯେ, ଆମେ ଖୁବ ଶିଘ୍ର ସରକାର ଗଠନକରିବୁ। କଂଗ୍ରେସ ସହିତ ହାତ ମିଳାଇ ଓଡିଶାର ସରକାର ଗଠନକରିବୁ। ନବୀନ ପଟ୍ଟନାୟକ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ ବୋଲି ଦେବାଶୀଷ କହିଥିଲେ। ସେ ଏହି କଥା ଖୋଦ ନବୀନ ପଟ୍ଟନାୟକଙ୍କୁ କହିଛନ୍ତି ବୋଲି ଦେବାଶୀଷ କହିଛନ୍ତି।

ଦେବାଶୀଷଙ୍କ ହିସାବରେ ବର୍ତ୍ତମାନ ନିର୍ବାଚନରେ ଅନିୟମିତତା ଦର୍ଶାଇ ସାତଟି ମାମଲା ହାଇକୋର୍ଟରେ ଋଜୁ ହୋଇଛି। ଖୁବ ଶିଘ୍ର ସେହି ସାତଟି ନିର୍ବାଚନ ମଣ୍ଡଳିରେ ଉପନିର୍ବାଚନ ହେବ। ସେହି ଉପନିର୍ବାଚନରେ ନବୀନ ପଟ୍ଟନାୟକ ହାତ ହଲାଇ ଆସିଲେ ତାହା ବିଜେଡିର ହେବ। ଏହାପରେ କଂଗ୍ରେସ ସହିତ ସାମିିଲ ହୋଇ ରାଜ୍ୟରେ ନବୀନ ପଟ୍ଟନାୟକ ସରକାର ଗଠନ କରିବେ ବୋଲି ଦେବାଶିଷ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ, ମୁଁ ନବୀନ ପଟ୍ଟନାୟକଙ୍କୁ କହିଛି, ଆପଣ ସାତଟି ନିର୍ବାଚନ ମଣ୍ଡଳିରେ ଉପନିର୍ବାଚନ ପାଇଁ ପ୍ରସ୍ତୁତ ରୁହନ୍ତୁ। କେବଳ ସେହି ନିର୍ବାଚନ ମଣ୍ଡଳିରେ ଥରେଥରେ ପ୍ରଚାରକୁ ଗଲେ ଯଥେଷ୍ଠ ହେବ। ବାସ ଏହାପରେ ବିଜେଡି ହାତରେ ସେହି ସାତଟି ନିର୍ବାଚନ ମଣ୍ଡଳି ଆସିଯିବ। ଏହାପରେ କଂଗ୍ରେସ ସହିତ ମିଶି ସରକାର ଗଠନ କରିବା ବୋଲି ଦେବାଶିଷ ନବୀନ ପଟ୍ଟନାୟକଙ୍କୁ କହିଛନ୍ତି। ଏହାକୁ ନେଇ ରାଜ୍ୟ ରାଜନୀତିରେ ବେଶ ଚର୍ଚ୍ଚା ଜାରୀ ରହିଛି।

Share This Article