ସୁଭଦ୍ରା ଯୋଜନାରେ ଆପଣଙ୍କ ଆକାଉଣ୍ଟକୁ ଟଙ୍କା ଆସି ନାହିଁ କି ? ତେବେ କଣ କରିବେ ଜାଣନ୍ତୁ

Odisha Hot News
1 Min Read

ଭୁବନେଶ୍ବର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁବନେଶ୍ବରରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନାର ହିତାଧିକାରୀଙ୍କୁ ସେ ସୁଇଚ ଟିପି ଟଙ୍କା ପ୍ରଦାନ କରିଛନ୍ତି। ପୂର୍ବରୁ ଯେଉଁମାନଙ୍କ ଆକାଉଣ୍ଟକୁ ଏକ ଟଙ୍କା ପରୀକ୍ଷା ମୂଳକ ଭାବେ ଯାଇଥିଲା ସେମାନଙ୍କ ଆକାଉଣ୍ଟକୁ ଆଜି ପାଞ୍ଚ ହଜାର ଟଙ୍କା ପଠାଯାଇଛି।

ତେବେ ଯେଉଁମାନଙ୍କ ଆକାଉଣ୍ଟକୁ ପଇସା ଯାଇ ନାହିଁ ସେମାନେ କିଛି ବ୍ୟସ୍ତ ହେବାର ନାହିଁ। କାରଣ ପ୍ରଥମ ପର୍ଯ୍ୟାୟରେ କିଛି ମହିଳାଙ୍କୁ ଏହି ଟଙ୍କା ପ୍ରଦାନ କରାଯାଇଛି। ପରବର୍ତ୍ତି ସମୟରେ ଆଉ ଯେଉଁମାନେ ରହିଲେ ସେମାନଙ୍କ ଆକାଉଣ୍ଟକୁ ଖୁବ ଶିଘ୍ର ଟଙ୍କା ପଠାଯିବ। ଏଥିସହିତ ଯେଉଁମାନେ ଆବେଦନ କରି ନାହିଁନ୍ତି ସେମାନେ ମଧ୍ୟ ଏବେ ଆବେଦନ କରିପାରିବେ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି।

Share This Article