ବିଶ୍ବଭୂଷଣ ହରିଚନ୍ଦନଙ୍କ ଆଶୁ ଆରୋଗ୍ୟ କାମନା କଲେ ନବୀନ ପଟ୍ଟନାୟକ

Odisha Hot News
1 Min Read

ଭୁବନେଶ୍ବର: ପୂର୍ବତନ ରାଜ୍ୟପାଳ ତଥା ବିଜେପିର ବରିଷ୍ଠ ନେତା ଅସୁସ୍ଥ ହୋଇ ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଛନ୍ତି। ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ।

ଏକ ପ୍ରେସ ଇସ୍ତାହରରେ ବିରୋଧୀ ଦଳ ନେତାଙ୍କ କାର୍ଯ୍ୟାଳୟରୁ କୁହାଯାଇଛି ଯେ, ଛତିଶଗଡ ର ପୂର୍ବତନ ରାଜ୍ୟପାଳ ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନ ଙ୍କ ଅସୁସ୍ଥତା ଖବର ପାଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ଶ୍ରୀ ହରିଚନ୍ଦନ ଙ୍କ ପୁଅ ତଥା ଆଇନ ମନ୍ତ୍ରୀ ଶ୍ରୀ ପୃଥ୍ଵୀରାଜ ହରିଚନ୍ଦନ ଙ୍କୁ ଫୋନ୍ କରି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସମ୍ପର୍କରେ ପଚାରି ବୁଝିବା ସହ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।

Share This Article