ମହିଳାଙ୍କ ଉପରେ ଚଢିଗଲା ବସ୍, ଘଟଣାସ୍ଥଳରେ ମୃତ, ଉତ୍ୟେକ୍ତ ଲୋକଙ୍କର ରାସ୍ତା ଅବରୋଧ

Odisha Hot News
1 Min Read

ନୟାଗଡ: ଆଜି ସକାଳେ ଏକ ଦୁଃଖଦାୟକ ଦୁର୍ଘଟଣା ଘଟିଯାଇଛି। ଏକ ବସ ଜଣେ ମହିଳାଙ୍କ ଉପରେ ଚଢିଯିବାରୁ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଫଳରେ ଉତ୍ୟେକ୍ତ ଲୋକେ ଦୀର୍ଘ ସମୟ ଧରି ନୟାଗଡ ରାସ୍ତା ଅବରୋଧ କରିଛନ୍ତି। ତୁରନ୍ତ କ୍ଷତି ପୂରଣ ଦେବାକୁ ସେମାନେ ଦାବୀ କରିଛନ୍ତି। ଏ ପର୍ଯ୍ୟନ୍ତ ରାସ୍ତା ଅବରୋଧ ହଟି ନ ଥିବାର ଜଣାପଡିଛି।

ଘଟଣାରୁ ପ୍ରକାଶ ଯେ, ନୟଗାଡ କରଡାପଲ୍ଲୀ ଛକରେ ଜଣେ ମହିଳା ବସକୁ ଅପେକ୍ଷା କରି ଛିଡା ହୋଇଥିଲେ। ଏହି ସମୟରେ ବାଘମାରିରୁ ଖଣ୍ଡପଡା ଯାଉଥିବା କୁମାର ନାମକ ଏକ ବସ ତାଙ୍କ ଉପରେ ମାଡିଯାଇଥିଲା। ଫଳରେ ତାଙ୍କର ସେହିଠାରେ ମୃତ୍ୟୁ ହୋଇଯାଇଥିଲା। ମହିଳା ଜଣଙ୍କ ହେଉଛନ୍ତି କରଡାପଲ୍ଲୀ ଗ୍ରାମର ହୁଲ୍ଲାସ ବେହେରା। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରୁଥିବାର ଜଣାପଡିଛି।

Share This Article