ଉପମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବିଦେଶ ପ୍ରତିନିଧି: ଓଡିଶାର କୃଷି ଏବଂ ମତ୍ସ୍ୟ ବିଭାଗରେ କରିବେ ବିନିଯୋଗ

Odisha Hot News
0 Min Read

ଭୁବନେଶ୍ଵର: ଆଜି ଲୋକସେବା ଭବନରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସହ ସୁଇଜରଲ୍ୟାଣ୍ଡରୁ ଆସିଥିବା ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତି କରନ ପଟେଲ, ଇଂଲଣ୍ଡରୁ ହିତେନ ସାଂଘବି ଏବଂ ମୁମ୍ବାଇର ବିଜୟ ରାଣା, ଏସଏଏଫଏ ଫାଉଣ୍ଡେସନର ହରେନ୍ଦ୍ର ମହାପାତ୍ରଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ ହୋଇଥିଲା।

ଓଡିଶାର କୃଷି ଏବଂ ମତ୍ସ୍ୟ ବିଭାଗରେ ବିନିଯୋଗ ପାଇଁ ସେମାନେ ଆଗ୍ରହୀ ବୋଲି ଉପମୁଖ୍ୟମନ୍ତ୍ରୀଙ୍କୁ କହିଥିଲେ। ଏହି ସହଯୋଗ ଆମ ରାଜ୍ୟର କୃଷି କ୍ଷେତ୍ରରେ ପରିବର୍ତ୍ତନ ଆଣିବାରେ ସହାୟକ ହେବ ବୋଲି ଆଲୋଚନାରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଥିଲେ।

Share This Article