ନିଜ ବାସଭବନରେ ଶ୍ରୀଗଣେଷଙ୍କୁ ପୂଜା କଲେ ଦୀପାଳି ଦାସ, ସାହି ସାହି ବୁଲି ମଣ୍ଡପ ଦେଖିଲେ

Odisha Hot News
1 Min Read

ଝାରସୁଗୁଡା: ଶ୍ରୀଗଣେଷଙ୍କୁ ପୂଜା କଲେ ସବୁ ବିଘ୍ନକୁ ନାସ କରନ୍ତି। ସେଥିପାଇଁ ସମସ୍ତେ ଗଣେଷ ଚତୁର୍ଥୀରେ ପ୍ରଭୃ ଶ୍ରୀ ଗଣେଷଙ୍କୁ ଆବାହନ କରିଥାନ୍ତି। ଠିକ ସେହିପରି ଝାରସୁଗୁଡାର ପୂର୍ବତନ ବିଧାୟିକା ଦୀପାଳି ଦାସ ମଧ୍ୟ ବିନାୟକଙ୍କୁ ପୂଜା କରିଛନ୍ତି। ଝାରସୁଗୁଡାର ସରବାହାଲ ସ୍ଥିତ ବାସଭବନରେ ସେ ଗଣେଷ ଚତୁର୍ଥୀରେ ବିଘ୍ନ ବିନାସନଙ୍କୁ ପୂଜା କରିଥିଲେ। ଏହି ଉତ୍ସବରେ ବହୁ ଲୋକ ଏକାଠି ହୋଇଥିଲେ।

ଏହାପରେ ଦୀପାଳି ନିଜ ଅଞ୍ଚଳରେ ଥିବା ବିଭିନ୍ନ ପୂଜା ମଣ୍ଡପ ବୁଲି ଶ୍ରୀ ଗଣେଷଙ୍କ ଆର୍ଶିବାଦ ଭିକ୍ଷା କରିଥିଲେ। ସୋମବାର ଦିନ ସେ ଝାରସୁଗୁଡ଼ା କୋଲାବିରା ବ୍ଲକ ସମାସିଂହାରେ ଆୟୋଜିତ ଗଣେଶ ପୂଜା ଉତ୍ସବରେ ଯୋଗଦେଇ ଥିଲେ। ସେଠାରେ ସେ ବିଘ୍ନ ବିନାଶକଙ୍କ କୃପାରୁ ସମସ୍ତଙ୍କ ଜୀବନରୁ ବାଧା ବିଘ୍ନ ଦୂର ହୋଇ ସୁଖ ଶାନ୍ତିର ଆଶୀର୍ବାଦ ପ୍ରାପ୍ତ ହେଉ ବୋଲି ପ୍ରାର୍ଥନା କରିଥିଲେ। ତାଙ୍କର ଉପସ୍ଥିତି ଲୋକଙ୍କ ମଧ୍ୟରେ ବେଶ ଆଗ୍ରହ ସୃଷ୍ଟି କରିଥିଲା।

Share This Article