କରୋନା ମୁକାବିଲା ପାଇଁ ପୁରୀ ଜିଲ୍ଲା ପ୍ରଶାସନକୁ କେନ୍ଦ୍ର ସରକାରଙ୍କ ପ୍ରଶଂସା

Odisha Hot News
1 Min Read

ପୁରୀ : କରୋନା ମୁକାବିଲାରେ ପର୍ଯ୍ୟଟନ ସହର ସମ୍ପୂର୍ଣ୍ଣ ସଫଳ ।  ଜିଲ୍ଲାରେ ଏପ୍ରିଲ ୩ରେ ଏକମାତ୍ର କରୋନା ପଜିଟିଭି ରୋଗୀ ସୁସ୍ଥ ହେଇ ଘରକୁ ଫେରିଛି ।  ବାହାର ରାଜ୍ୟର ଗାଡି ପ୍ରବେଶକୁ ପୁରୀକୁ ସଂମ୍ପୁର୍ଣ୍ଣ ନିଷେଧ. ଜଗନ୍ନାଥ ମନ୍ଦିର ବନ୍ଦ ଓ ପର୍ଯ୍ୟଟକ ମାନଙ୍କ ପାଇଁ  ପୁରୀ ବନ୍ଦ ଯୋଗୁଁ ଏହା ସମ୍ଭ ବ ହୋଇ ପାରିଛି ବୋଲି  ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । ଜିଲ୍ଲା ପ୍ରଶାସନର ଏଭଳି କାର୍ଯ୍ୟକୁ  କେନ୍ଦ୍ର ସରକାରଙ୍କ ପକ୍ଷରୁ  ପ୍ରଶଂସା କରାଯାଇଛି।

କରୋନା ମୁଗାବିଲାରେ ସମ୍ପୁର୍ଣ୍ଣ ସଫଳ ହୋଇଛି ପୁରୀ ଜିଲ୍ଲା ପ୍ରଶାସନ ।  ମହାମାରୀ ପରିଚାଳନାରେ  ପୁରୀ ଜିଲ୍ଲା ପ୍ରଶାସନ ସାରା ଦେଶରେ ଉଦାହରଣ  ସୃଷ୍ଟି କରିଛି । କରୋନା ମହାମାରିକୁ ସମ୍ପୁର୍ଣ୍ଣ ରୋକ୍‌ ଲଗାଇ ପାରିଛି ବିଶ୍ବ ପର୍ଯ୍ୟଟନ ସହର ପୁରୀ । ଏନେଇ ପୁରୀ ଜିଲ୍ଲା ପ୍ରଶସନକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଶଂସା କରାଯାଇଛି ।  ଏପ୍ରିଲ ୩ରେ ଜିଲ୍ଲାରୁ ମାତ୍ର ଜଣେ କରୋନା ପଜିଟିଭି ଚିହ୍ନଟ ହୋଇଥିବା ବେଳେ ସେ ସୁସ୍ଥ ହୋଇ ଘରକୁ ଫରିଛନ୍ତି ।

ମାର୍ଚ୍ଚ ୧୫ତାରିଖରୁ ଜିଲ୍ଲା ପ୍ରଶାସନର ବିଭିନ୍ନ ବଳିଷ୍ଠ ଓ କଠୋର ପଦକ୍ଷେପ ପାଇଁ  ପୁରୀରେ ମହାମାରୀ କରୋନା ବ୍ୟାପିବାରୁ ରୋକାଯାଇ ପାରିଛି ।  ତେବେ ଏଗୁଡିକ ମଧ୍ୟରେ ପ୍ରମୁଖ କାରଣ ହୋଇଛି ପର୍ଯ୍ୟଟନ ସହର ପୁରୀକୁ ବାହାର ରାଜ୍ୟର ଗାଡି ଚଳାଚଳ ଓ ପ୍ରବେଶ ସମ୍ପୁର୍ଣ୍ଣ ବନ୍ଦ ।  ମାର୍ଚ୍ଚ ୨୦ରୁ ଶ୍ରୀମନ୍ଦିରକୁ  ଶ୍ରଦ୍ଧାଳୁ ମାନଙ୍କ ପାଇଂ ବନ୍ଦ ରଖିବା, ପର୍ଯ୍ୟଟନ ସହରରକୁ ଆସିଥିବା ପର୍ଯ୍ୟଟକ ମାନଙ୍କୁ କୌଣସି କ୍ଷତି ନପହଞ୍ଚାଇ ହୋଟେଲ୍‌ ଗୁଡିକୁ ତୁରନ୍ତ ଖାଲି କରିବାକୁ ଦିଆଯାଇଥିବା ଭଳି ନିଷ୍ପତ୍ତି ଜି୍ଲ୍ଲାରେ କରୋନା  ନବ୍ୟାପିରେ ଅଧିକ ସହାୟତା ହୋଇ ପାରିଛି ।

Share This Article
Leave a Comment