ଆସିଲା ବଡ ଖବର, ଭାଙ୍ଗିଲା ଓଡିଶାର ସମସ୍ତ ସ୍ବତନ୍ତ୍ର ଉନ୍ନୟନ ପରିଷଦ

Odisha Hot News
1 Min Read

ଭୁବନେଶ୍ବର: ଶେଷରେ ରାଜ୍ୟ ସରକାର ସମସ୍ତ ସ୍ବତନ୍ତ୍ର ଉନ୍ନୟନ ପରିଷଦକୁ ଭାଙ୍ଗି ଦେଇଛନ୍ତି। ଆଜି ଏ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସୂଚନା ଦିଆଯାଇଛି। ବିଜେଡି ସରକାର ବେଳେ ୩ଟି ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନ କରାଯାଇଥିଲା। ସେଥିରେ ନେତାମାନଙ୍କୁ ଅଧ୍ୟକ୍ଷ ତଥା ସଦସ୍ୟ କରି ଥଇଥାନ କରାଯାଇଥିଲା। ହେଲେ ସରକାର ବଦଳିବା ସହିତ ସେହି ପରିଷଦକୁ ମଧ୍ୟ ଭାଙ୍ଗି ଦିଆଯାଇଛି।

ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରୁ ମିଳିଥିବା ସୂଚନାରେ କୁହାଯାଇଛି ଯେ, ରାଜ୍ୟର ସମସ୍ତ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଭଙ୍ଗ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏ ସମ୍ପର୍କିତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଅନୁମୋଦନ ଦେଇଛନ୍ତି। ଏହା ଦ୍ୱାରା ରାଜ୍ୟରେ ଥିବା ସମସ୍ତ ୨୩ଟି ସ୍ୱତନ୍ତ୍ର ଉନ୍ନୟନ ପରିଷଦର କାର୍ଯ୍ୟକାରିତା ସମାପ୍ତ ହେଲା।

Share This Article