ଭିଜିଲାନ୍ସ ଜାଲରେ କିରାଣୀବାବୁ !

Odisha Hot News
0 Min Read

ଯାଜପୁର : ଭିଜିଲାନ୍ସ ଜାଲରେ ଜଣେ କୋଟିପତି କିରାଣୀ ଫସିଯାଇଛନ୍ତି । କିରାଣୀ ଜଣଙ୍କ ହେଲେ ଚିନ୍ମୟ ବେହୁରା । ଯାଜପୁର ଜିଲ୍ଲା କାଳିଆପାଣି ଖଣି ଉପନିର୍ଦ୍ଦେଶକଙ୍କ କାର୍ଯ୍ୟଳୟରେ କିରାଣୀ ଥିବା ଚିନୟ ବେହୁରାଙ୍କ ନାମରେ ପୂର୍ବରୁ ନିଜ ଆୟ ଠାରୁ ଯଥେଷ୍ଟ ଅଧିକ ସମ୍ପତ୍ତି ଠୁଳ କରିଥିବା ନେଇ ଭିଜିଲାନସ ନିକଟରେ ଅଭିଯୋଗ ହୋଇଥିଲା। ତେଣୁ ଏହି ଅଭିଯୋଗ ଆଧାରରେ ଆଜି ଭିଜିଲାନ୍ସ ୫ଟି ଟିମ୍ ଚିନୟ ବେହୁରାଙ୍କ କାଳିଆପାଣିସ୍ଥିତ ଅଫିସ, ସୁକିନ୍ଦାସ୍ଥିତ ଘର, ଶ୍ୱଶୁର ଘର, ପୈତୃକ ଘର ସହିତ ସମ୍ପର୍କୀୟଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିବା ଜଣାପଡିଛି ।

Share This Article
Leave a Comment