ମହିଳା ଇନ୍ସପେକ୍ଟରଙ୍କ ଘରେ ପଶିବା ଘଟଣା, ଡିଆଇଜି ରାଜେଶ ପଣ୍ଡିତଙ୍କ ବଢିଲା ଅଡୁଆ

Odisha Hot News
1 Min Read

ଭୁବନେଶ୍ବର: ଡିଆଜି ରାଜେଶ ପଣ୍ଡିତ ଜଣେ ମହିଳା ଇନ୍ସପେକ୍ଟରଙ୍କ ଘରେ ପଶିବା ଘଟଣା ଏବେ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି। ଏହି ଘଟଣାରେ ନିଲମ୍ବିତ ହୋଇଥିବା ଏହି ଆଇପିଏସ ଅଧିକାରୀଙ୍କୁ ଗୃହ ବିଭାଗ ନୋଟିସ ଜାରୀ କରିଛି। ଏହି ଘଟଣାରେ ନିଜ ପକ୍ଷ ରଖିବାକୁ ଗୃହ ବିଭାଗ ନିର୍ଦ୍ଦେଶ ଦେଇଛି। ନଚେତ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଏଥିରେ କୁହାଯାଇଛି।

ରାଜେଶ ଜଣେ ମହିଳା ଇନ୍ସପେକ୍ଟରଙ୍କ ଘରେ ପଶି ସେଠାରେ ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଥିଲେ। ଏପରିକି ତାଙ୍କ ପରିବାର ଲୋକଙ୍କୁ ମଧ୍ୟ ହଇରାଣ କରିଥିଲେ। ଏହି ଘଟଣା ପଦାକୁ ଆସିବା ପରେ ତାଙ୍କ ବିରୋଧରେ ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କୁ ଚାକିରୀରୁ ନିଲମ୍ବିତ କରିଥିଲେ। ବର୍ତ୍ତମାନ ଗୃହ ବିଭାଗ ତାଙ୍କ ବିରୋଧରେ ବଡ ପଦକ୍ଷେପ ନେବା ପୂର୍ବରୁ ତାଙ୍କୁ ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଛି।

Share This Article