ମନମୋହନ ସାମଲଙ୍କ ପାଇଁ କାହିଁକି ପଦ୍ମ ଘୁଞ୍ଚିଘୁଞ୍ଚି ଯାଉଛି ?

Odisha Hot News
1 Min Read

ଭୁବନେଶ୍ବର: ବିଜେପି ସଭାପତି ମନମୋହନ ସାମଲଙ୍କ ପାଇଁ ପଦ୍ମ ଘୁଞ୍ଚିଘୁଞ୍ଚି ଯାଉଛି। କାରଣ ହେଲେ ଏ ପର୍ଯ୍ୟନ୍ତ ତାଙ୍କର କୌଣସି ଥଇଥାନ ହୋଇପାରୁ ନାହିଁ। ସେ ନିର୍ବାଚନରେ ନିଜେ ସିନା ହାରିଗଲେ ହେଲେ ଦଳକୁ ଜିତାଇ ସରକାର କରିବାରେ ସକ୍ଷମ ହେଲେ। ଏପରି ପରିସ୍ଥିତିରେ ତାଙ୍କୁ କେନ୍ଦ୍ର ବିଜେପି କୌଣସି ସ୍ଥାନରେ ଥଇଥାନ କରିବା କଥା। ହେଲେ ଏ ପର୍ଯ୍ୟନ୍ତ ତାହା ହୋଇପାରୁ ନାହିଁ।

ମନ୍ତ୍ରୀ ମଣ୍ଡଳ ଗଠନ ପରେ ତାଙ୍କୁ ରାଜ୍ୟ ଯୋଜନା ବୋର୍ଡର ଅଧ୍ୟକ୍ଷ କରାଯିବ ବୋଲି ଚର୍ଚ୍ଚା ଚାଲିଲା। ଏପରିକି ଦିଲ୍ଲୀ ସୁତ୍ରରୁ ମଧ୍ୟ ଜଣାପଡିଲା ଯେ, ତାଙ୍କୁ ଅଧ୍ୟକ୍ଷ କରାଯାଉଛି। ହେଲେ କଣ ହେଲା କେଜାଣି ତାହା ଘୁଞ୍ଚି ଘୁଞ୍ଚି ଯାଉଛି। ଏହାପରେ ମମତା ମହାନ୍ତ ରାଜ୍ୟସଭା ଛାଡିବା ପରେ ମନମୋହନଙ୍କୁ ନିଆଯିବ ବୋଲି ଶୁଣାଗଲା। ହେଲେ ତାହା ମଧ୍ୟ ହେଲା ନାହିଁ।

ତେବେ ପଦ୍ମ ଘୁଞ୍ଚି ଘୁଞ୍ଚି ଯିବା ପଛରେ ତାଙ୍କ ସମର୍ଥକଙ୍କର ରହିଛି ଭିନ୍ନ ମତ। ତାହା ହେଲା ଯେ, ତାଙ୍କ ପଛରେ କୁଆଡେ ଏକ ଶକ୍ତିଶାଳି ଗୋଷ୍ଠୀ ଲାଗିରହିଛନ୍ତି। ମନମୋହନ ଯେପରି କୌଣସି ସ୍ଥାନରେ ଥଇଥାନ ନ ହେବେ ସେ ନେଇ ସେମାନେ କୁଆଡେ ଚକ୍ରାନ୍ତ କରିବାରେ ଲାଗିଛନ୍ତି। ଫଳରେ ତାଙ୍କର ଏ ପର୍ଯ୍ୟନ୍ତ କିଛି ହୋଇପାରୁ ନାହିଁ। ତେବେ ରାଜ୍ୟସଭା ନିର୍ବାଚନ ପରେ ତାଙ୍କ କଥା ବୁଝାଯିବ ବୋଲି ଜଣାପଡିଛି।

Share This Article