ସୁନାଖେଳା ଓଭର ବ୍ରିଜ ନିକଟରେ ଅଘଟଣ: ଅଟୋରୁ ଖସି ଗଞ୍ଜାମ ମହିଳା ଶ୍ରମିକଙ୍କ ମୃତ୍ୟୁ

Odisha Hot News
1 Min Read

ଚିଲିକା (ସୀତାରାମ ଅଗ୍ରୱାଲ): ଅଟୋରୁ ଖସି ଜଣେ ମହିଳା ଶ୍ରମିକଙ୍କ ମୃତ୍ୟୁ ଘଟିଛି। ସୂଚନା ମୁତାବକ ଆଜି ସକାଳେ ଖଲ୍ଲିକୋଟ ଥାନା ଅନ୍ତର୍ଗତ ଭିକାପଡା ଗ୍ରାମର ବିପ୍ର ପାହନଙ୍କ ସ୍ତ୍ରୀ ପିତା ପାହନ (୫୨) ବିଲ କାମ କରିବାକୁ ଅଟୋ ଯୋଗେ ନାଚୁଣି ଅଭିମୁଖେ ଯାଉଥିବା ବେଳେ କୌଣସି କାରଣ ବଶତଃ ସୁନାଖେଳା ଓଭର ବ୍ରିଜ ନିକଟରେ ଅଟୋରୁ ଖସି ପଡ଼ିଥିଲେ।

ଗୁରୁତର ଅବସ୍ଥାରେ ସଙ୍ଗେ ସଙ୍ଗେ ସେହି ଅଟୋରେ ସାଥି ଶ୍ରମିକଙ୍କ ସହାୟତାରେ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ମାତ୍ର ଡାକ୍ତର ସେଠାରେ ପିତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ୍ୟୁ ଖବର ପାଇ ପରିବାର ବର୍ଗ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଥିବାବେଳେ ଏନେଇ ନାଚୁଣି ଥାନାରେ ଅଭିଯୋଗ କରିଥିଲେ। ନାଚୁଣି ପୋଲିସ ମୃତ ଶରୀର ଜବତ କରି ୨୬୩/୨୪ ରେ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।ଘଟଣା ସମ୍ପର୍କରେ ତଦନ୍ତ ଜାରି ରହିଥିବା ବେଳେ ଶବ ବ୍ୟବଚ୍ଛେଦ ପରେ ମୃତ ଶରୀର ପରିବାରକୁ ହସ୍ତାନ୍ତର କରାଯିବା ନେଇ ଆଇଆଇସି ଚନ୍ଦ୍ର ଶେଖର ଜେନା କହିଛନ୍ତି।

Share This Article