ଡିଏଭି ପୋଖରୀପୁଟରେ ୭୮ତମ ସ୍ୱାଧୀନତା ଦିବସ ପାଳିତ

Odisha Hot News
1 Min Read

ଭୁବନେଶ୍ୱର: ଡିଏଭି ପୋଖରୀପୁଟରେ ୭୮ ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟ ପରିଚାଳନା ସମିତିର ଚେୟାରମ୍ୟାନ୍ ଡ. ଅରୁଣ କୁମାର ରଥ ମୁଖ୍ୟଅତିଥି ରୂପେ ଯୋଗଦାନ କରି ଜାତୀୟ ପତାକା ଉତ୍ତୋଳନ କରିଥିଲେ। ବିଦ୍ୟାଳୟ ତା’ର ସଫଳତା ପାଇଁ ସମଗ୍ର ଦେଶରେ ସୁନାମ ଅର୍ଜନ କରିଛି। ଦେଶପ୍ରେମୀଙ୍କ ଆତ୍ମ ବଳିଦାନ ଆମ ପାଇଁ ସ୍ମରଣୀୟ।

ଦେଶପ୍ରେମ ଭାବନାରେ ଉଦ୍.ବୁଦ୍ଧ ହେବା ସହ ଜାତୀୟ ସ୍ତରରେ ଡିଏଭି ପୋଖରୀପୁଟର ମର୍ଯ୍ୟାଦା ବୃଦ୍ଧି ନିମନ୍ତେ ସମସ୍ତଙ୍କର ଏକନିଷ୍ଠ ସାଧନାର ଆବଶ୍ୟକତା ବୋଲି ସେ ବିଦ୍ୟାର୍ଥୀମାନଙ୍କୁ ଆହ୍ୱାନ ଦେଇଥିଲେ। ଭିନ୍ନତା ମଧ୍ୟରେ ଏକତା ଆମର ଆଦର୍ଶ, ନିଜ ସାମର୍ଥ୍ୟ ଭିତରେ ମାତୃଭୂମିର ସେବା କରିବାର ଦାୟିତ୍ୱ ବିଦ୍ୟାର୍ଥୀମାନେ ନିଷ୍ଠାର ସହ ନିର୍ବାହ କରିବା ଉଚିତ ବୋଲି ବିଦ୍ୟାଳୟର ଅଧ୍ୟକ୍ଷ ବିପିନ କୁମାର ସାହୁ ନିଜର ଅଭିଭାଷଣରେ କହିଥିଲେ।

ଏହି ଅବସରରେ ସ୍ତୁତି ଓ ଭକ୍ତି ସଦନର ଛାତ୍ରଛାତ୍ରୀଙ୍କ ଦେଶାତ୍ମବୋଧକ ନୃତ୍ୟ, ମନ୍ତ୍ର ଓ ଭକ୍ତି ସଦନର ଛାତ୍ରଛାତ୍ରୀଙ୍କ ଦ୍ୱାରା ଦେଶାତ୍ମବୋଧକ ସଙ୍ଗୀତ ପରିବେଷିତ ହୋଇଥିଲା। ଦେଶାତ୍ମବୋଧକ ସାମୂହିକ ସଙ୍ଗୀତ ଓ ଆଦିବାସୀ ନୃତ୍ୟ ଉପସ୍ଥିତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ବିଭିନ୍ନ ବିଭାଗରେ କୃତିତ୍ୱ ଅର୍ଜନ କରିଥିବା ବିଦ୍ୟାର୍ଥୀଙ୍କୁ ପୁରସ୍କାର ବିତରଣ କରାଯିବା ପରେ କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା।

Share This Article