ବାଙ୍ଗାଲାଦେଶରେ ଜଗନ୍ନାଥ ମନ୍ଦିର ଭଙ୍ଗା ପ୍ରତିବାଦରେ ବଳଦେବ ସେନା ତରଫରୁ କେନ୍ଦ୍ରାପଡାରେ ବିକ୍ଷୋଭ

Odisha Hot News
2 Min Read

କେନ୍ଦ୍ରାପଡା: ବଳଦେବ ସେନା ପକ୍ଷରୁ ବାଂଲାଦେଶରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ମନ୍ଦିରକୁ ଭଙ୍ଗା ରୁଜା କରାଯିବା ଓ ହିନ୍ଦୁମାନଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ବିରୋଧ ସ୍ୱରୂପ ଶ୍ରୀ ଶ୍ରୀ ସିଦ୍ଧ ବଳଦେବ ଜୀଉଙ୍କ ମନ୍ଦିର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ସେନା ର ସଦସ୍ୟ ଓ ମନ୍ଦିର ସେବକ ବୃନ୍ଦ ଏହି କାର୍ଯ୍ୟକ୍ରମ ରେ ସାମିଲ୍ ହୋଇଥିଲେ। ବିଗତ କିଛି ଦିନ ପୂର୍ବେ  ବାଂଲାଦେଶ ରେ  ଛାତ୍ର ଆନ୍ଦୋଳନ ରୁ ଆରମ୍ଭ ହୋଇଥିବା ହିଂସା କାଣ୍ଡ ଉଗ୍ର ରୂପ ନେଇଅଛି।

କୋଟି ଓଡ଼ିଆ ଙ୍କ ମଉଡମଣି  ଶ୍ରୀ ଜଗନ୍ନାଥ ମହାପ୍ରଭୁ ଙ୍କ ମନ୍ଦିର ସହ ଅନ୍ୟ   ହିନ୍ଦୁ ଦେବା ଦେବୀ ମନ୍ଦିର ଭଙ୍ଗାଯିବ ର ଦୃଶ୍ୟ ସାମ୍ନା କୁ ଆସିଅଛି ,ଯାହାକି ହିନ୍ଦୁ ସମାଜ କୁ ଆଘାତ ଦେଇଅଛି ,ଏହା ସହ ହିନ୍ଦୁ ମାନଙ୍କୁ ବର୍ବରତା ସହ ଅତ୍ୟାଚାର କରାଯାଉଅଛି। ତେଣୁ ଏହି ପରିପ୍ରେକ୍ଷୀରେ ସେନା କେନ୍ଦ୍ର ସରକାରଙ୍କୁ ତୁରନ୍ତ ଏହି ଦିଗରେ ଦୃଢ଼ କାର‌୍ୟ୍ୟାନଷ୍ଠାନ ଗ୍ରହଣ  କରିବାକୁ ଦାବି କରିଛି ଏହା ସହ କେନ୍ଦ୍ରାପଡ଼ା ଜିଲ୍ଲା।

ରାଜ୍ୟ ଓ ଦେଶରେ ବେଆଇନ ଭାବେ ବସବାସ କରୁଥିବା ସବୁ ବାଂଲାଦେଶୀ ଓ ରୋହିଙ୍ଗ୍ୟା ମୁସଲମାନ ଙ୍କୁ ତୁରନ୍ତ ବିଦା କରିବା ସହ ବାଂଲାଦେଶ ରୁ ଆସୁଥିବା ହିନ୍ଦୁ ମାନଙ୍କୁ ଶରଣ ଦେବାକୁ  ସରକାରଙ୍କୁ ନିବେଦନ କରାଯାଇଅଛି, ଓ କୌଣସି ବାଂଲାଦେଶୀ ବେପାରୀ ଙ୍କ ସାମଗ୍ରୀ ବର୍ଜନ କରିବାକୁ ଜନ ସାଧାରଣ ଙ୍କୁ ଅନୁରୋଧ କରାଯାଇଅଛି।

ଏହି କାର‌୍ୟ୍ୟକ୍ରମ ରେ ସେନାର ସଭାପତିି ପପୁନ କୁମାର ସ୍ଵାଇଁ,ସମ୍ପାଦକ ଆମର କୁମାର ବାରିକ,ଉପସଭାପତି ନିରଞ୍ଜନ ସୁଆର, ମୁଖପାତ୍ର ଯୋତ୍ୟି ରଞ୍ଜନ ପତ୍ରି,ସୂଚନା ପ୍ରମୁଖ ଆଶୁତୋଷ ପଣ୍ଡା,ଉପଦେଷ୍ଟା, ନିରଞ୍ଜନ ମେକାପ ଓ ମନ୍ଦିର ସେବକ ବାବାଜୀ ପତ୍ରି ,ନୃସିଂହ ପତ୍ରି, ଗଗନ ପତ୍ରି, ଶସିକାନ୍ତ ସୁଆର,ପ୍ରମୋଦ କର,ବିଶ୍ବ ଜିତ ପତ୍ରି,ପ୍ରଫୁଲ୍ଲ ପତ୍ରି, ସଦସ୍ୟ ହିମାଂଶୁ ରାଉତ,ଉମାକାନ୍ତ ବେହେରା,ଲଲାଟେନ୍ଦୁ ବେହେରା,ଆଲୋକ ସାହୁ,ଉମେଶ ବେହେରା,ଗଣେଶ ଗୋଛାୟାତ,ଲଷ୍ମୀ ଧର ସ୍ୱାଇଁ.ଅନିଶ ସୂତ୍ରର,ପ୍ରଶ୍ନଜିତ ସୁଆର,ଦିବାକର ପତ୍ରି,ସୁମନ ପତ୍ରି ପ୍ରମୁଖ ସାମିଲ ଥିଲେ।

Share This Article