କଟକ ଅଫିସ : ଜଗତ୍ସିଂହପୁର ଜିଲା ରଘୁନାଥପୁର ବ୍ଲକର କନିଷ୍ଠଯନ୍ତ୍ରୀ ତ୍ରିବିକ୍ରମ ସାମନ୍ତରାୟଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ହୋଇଛି। କଟକ ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତ ପକ୍ଷରୁ ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ କଟକ ଭିଜିଲାନ୍ସ ଡିଭିଜନ ପକ୍ଷରୁ ଯନ୍ତ୍ରୀ ସାମନ୍ତରାୟଙ୍କ ଘର, ଅଫିସ ସମେତ ମୋଟ ୪ଟି ସ୍ଥାନରେ ଏକକାଳୀନ ଯାଞ୍ଚ କରାଯାଇଛି। ଯାଞ୍ଚ ହୋଇଥିବା ସ୍ଥାନଗୁଡ଼ିକ ମଧ୍ୟରେ ଜଗତ୍ସିଂହପୁର ଜିଲା ଖେରସ ଗ୍ରାମରେ ଥିବା ତିନୋଟି କୋଠା, କୁଜଙ୍ଗ ଥାନା ବଡ଼ବାଲିକଣି ଗ୍ରାମରେ ଥିବା ଘର, ରଘୁନାଥପୁର ବ୍ଲକ ଅଫିସ ଓ ରଘୁନାଥପୁର ଥାନା ଅଧୀନ ହରିଶପୁର ଗ୍ରାମରେ ଥିବା ସାମନ୍ତରାୟଙ୍କ ସମ୍ପର୍କୀୟଙ୍କ ଘରକୁ ମଧ୍ୟ ଭିଜିଲାନ୍ସ ଯାଞ୍ଚ କରିଛି। ଯାଞ୍ଚରୁ ମୋଟ୍ ୧ କୋଟି ୩୩ ଲକ୍ଷ ୨୦ହଜାର ୯୩୯ ଟଙ୍କାର ସ୍ଥାବର ଅସ୍ଥାବର ସମ୍ପତ୍ତି ଠାବ କରାଯାଇଛି। ଠାବ ହୋଇଥିବା ସମସ୍ତ ସମ୍ପତ୍ତି ଯନ୍ତ୍ରୀ ସାମନ୍ତରାୟ ଓ ତାଙ୍କ ପରିବାରବର୍ଗଙ୍କ ଦଖଲରେ ଥିବା ଭିଜିଲାନ୍ସ ସୂଚନା ଦେଇଛି। ଠାବ ସମ୍ପତ୍ତିଗୁଡ଼ିକର ଭିଜିଲାନ୍ସ ମୂଲ୍ୟାୟନ କରିଛି। ଖେରସ ଗ୍ରାମରେ ଥିବା ଦୁଇଟି ତିନି ମହଲା କୋଠାର ମୂଲ୍ୟ ୬୮ ଲକ୍ଷ ୨୪ହଜାର ୫୪୫ ଟଙ୍କା ହୋଇଥିବା ବେଳେ ଉକ୍ତ ଗ୍ରାମରେ ୧୨ ଲକ୍ଷ ୩୮ହଜାର ୨୧୨ ଟଙ୍କା ମୂଲ୍ୟର ଆଉ ଗୋଟିଏ ଏକ ମହଲା କୋଠା ଥିବା ଭିଜିଲାନ୍ସ ସୂଚନା ଦେଇଛି। ସେହିପରି କଟକ ସିଡିଏ ସେକ୍ଟର-୬ ମାର୍କେଟ କମ୍ପ୍ଲେକ୍ସ ପରିସରରେ ଥିବା ସାମନ୍ତରାୟଙ୍କର ଗୋଟିଏ ଦୋକାନ ଘରର ମୂଲ୍ୟ ୧ ଲକ୍ଷ ୩୦ହଜାର ଟଙ୍କା ହେବ ବୋଲି ଭିଜିଲାନ୍ସ ସୂଚନା ଦେଇଛି। ସାମନ୍ତରାୟଙ୍କର ୧୧ ଲକ୍ଷ ୬ହଜାର ୩୬୨ ଟଙ୍କା ମୂଲ୍ୟର ଗୋଟିଏ କାର୍, ୬ ଲକ୍ଷ ୮୦ହଜାର ଟଙ୍କା ମୂଲ୍ୟର ଦୁଇଟି ପିକ୍ଅପ୍ ଭ୍ୟାନ୍, ୩ ଲକ୍ଷ ୮୦ହଜାର ଟଙ୍କା ମୂଲ୍ୟର ଗୋଟିଏ ଟାଟା ଇଣ୍ଡିକା କାର୍, ୧ ଲକ୍ଷ ୧୦ହଜାର ଟଙ୍କା ମୂଲ୍ୟର ଗୋଟିଏ ଅଲ୍ଟୋ କାର୍, ୧ ଲକ୍ଷ ଟଙ୍କା ମୂଲ୍ୟର ଦୁଇଟି ବାଇକ୍କୁ ଭିଜିଲାନ୍ସ ଠାବ କରିଛି। ଏହାବାଦ୍ ତାଙ୍କର ୨୦ ଲକ୍ଷ ଟଙ୍କା ମୂଲ୍ୟର ମସଲା ପ୍ରସ୍ତୁତ ଯନ୍ତ୍ରାଂଶ ଓ ମସଲା ଠାବ ହୋଇଥିବାବେଳେ ବିଭିନ୍ନ ବ୍ୟାଙ୍କରେ ୪୩, ୭୨୦ ଟଙ୍କା ଜମା ରହିଥିବା ଭିଜିଲାନ୍ସ ଯାଞ୍ଚରୁ ଜଣାପଡ଼ିଛି। ଯନ୍ତ୍ରୀ ସାମନ୍ତରାୟଙ୍କ ଘରୁ ୨ ଲକ୍ଷ ୨୬ହଜାର ଟଙ୍କା ମୂଲ୍ୟର ସୁନାଗହଣା, ନଗଦ ୧୨, ୧୮୦ ଟଙ୍କା ଓ ୪ ଲକ୍ଷ ୬୯ହଜାର ୯୨୦ ଟଙ୍କା ମୂଲ୍ୟର ଆବବାବପତ୍ର ଭିଜିଲାନ୍ସ ଠାବ କରିଛି।
କୋଟିପତି କନିଷ୍ଠ ଯନ୍ତ୍ରୀ ଘରେ ଭିଜିଲାନ୍ସ ଯାଞ୍ଚ
Leave a Comment
Leave a Comment
- Advertisement -
Stay Connected
Comment
- Drewunibe on ୪୦ ଡିଗ୍ରି ଉପରେ ୯ ସହର
- 1win_dzel on ସଞ୍ଜୟ ଦାସବର୍ମା ହେଲେ ଯୋଜନା ବୋର୍ଡର ଉପାଧ୍ୟକ୍ଷ
- aviator_whkt on କଂଗ୍ରେସ ପ୍ରାର୍ଥୀ ତାଲିକାକୁ ନେଇ ଚର୍ଚ୍ଚା : ଦିଲ୍ଲୀ ଗଲା ପିଇସିରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା
- Raymondnig on କୋଭିଡ୍-୧୯: ଦିଲ୍ଲୀରୁ ଶ୍ରମଜୀବୀମାନଙ୍କ ଅପସାରଣ ତ୍ୱରାନ୍ୱିତ କଲେ ଉତ୍ତରପ୍ରଦେଶ ସରକାର
- chicken-road_tnSa on କେନ୍ଦ୍ର ସରକାରଙ୍କ ଚାଷୀ ମାରଣ ନୀତିକୁ ନେଇ ଦିଲ୍ଲୀରେ ଗର୍ଜିଲା ବିଜେଡି !
