ଡିଏଭି ପୋଖରୀପୁଟରେ ଛାତ୍ର ପ୍ରତିନିଧିଙ୍କ ଶପଥ ପାଠୋତ୍ସବ

Odisha Hot News
1 Min Read

ଭୁବନେଶ୍ୱର: ଡିଏଭି ପୋଖରୀପୁଟର ଛାତ୍ର ପ୍ରତିନିଧଙ୍କ ଶପଥ ଗ୍ରହଣ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥିରୂପେ ୧-ଓଡ଼ିଆ ବାଟାଲିଅନ୍, ଏନ୍.ସି.ସି.ର କମାଣ୍ଡିଙ୍ଗ୍ ଅଫିସର କର୍ଣ୍ଣେଲ ସଞ୍ଜୀବ୍ ଦିୱାନ୍ ଯୋଗଦାନ କରି ନିଜର ବକ୍ତବ୍ୟରେ ଶୃଙ୍ଖଳିତ, ମାର୍ଜିତ, ତ୍ୟାଗ, ସେବା, ସମର୍ପଣ ଭାବନା ହିଁ ଜଣେ ଛାତ୍ର ପ୍ରତିନିଧିର ବାସ୍ତବ ପ୍ରତିଫଳନ ବୋଲି କହିଥିଲେ। ପ୍ରାକୃତିକ ବିପର୍ଯ୍ୟୟ ତଥା ଜରୁରୀକାଳୀନ ପରିସ୍ଥିତିରେ ସମରଶିକ୍ଷାର୍ଥୀବାହିନୀଙ୍କ ପରି ସମାଜସେବାରେ ନିଜକୁ ନିୟୋଜିତ କରିପାରିଲେ ପ୍ରତିନିଧି ହେବାର ଗୌରବ ରକ୍ଷା ପାଇପାରିବ ବୋଲି ମଧ୍ୟ ସେ ମତବ୍ୟକ୍ତ କରିଥିଲେ।

ବିଦ୍ୟାଳୟର ଅଧ୍ୟକ୍ଷ ବିପିନ କୁମାର ସାହୁ ଛାତ୍ର ପ୍ରତିନିଧିମାନଙ୍କୁ ପଦ ଓ ଦାୟିତ୍ୱବୋଧର ଶପଥପାଠ କରାଇଥିଲେ। ଏକାଦଶ ଶ୍ରେଣୀର ସଂଯୋଗ ଦାଶ ଲିଡ଼ର ଏବଂ ସାନୁଶୀ ପାତ୍ର ଆସିଷ୍ଟାଣ୍ଟ ସ୍କୁଲ ଲିଡ଼ର ରୂପେ ମନୋନୀତ ହୋଇଥିବା ବେଳେ ଭକ୍ତି, ସ୍ତୁତି, ଶ୍ଲୋକ ଏବଂ ମନ୍ତ୍ର ଚାରୋଟି ସଦନର ୧୨ ଜଣ ଛାତ୍ର ପ୍ରତିନିଧି ତଥା ୭ଟି କ୍ଲବର ସାତ ଜଣ ସମ୍ପାଦକ ଦାୟିତ୍ୱ ଗ୍ରହଣ କରିଥିଲେ  ବିଦ୍ୟାଳୟସ୍ତରୀୟ ନାନାବିଧ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଶ୍ଲୋକ ସଦନ ଚମ୍ପିଆନ୍ ଆଖ୍ୟା ଅର୍ଜନ କରିଥିବାବେଳେ ମନ୍ତ୍ର ସଦନ ରନର୍ସଅପ୍ ପାଇଁ ଯୋଗ୍ୟ ବିବେଚିତ ହୋଇଥିଲା। ସେହିପରି ଇକୋ କ୍ଲବ୍ ଚମ୍ପିଆନ୍ ହୋଇଥିବା ବେଳେ ଇନୋଭେସନ୍ କ୍ଲବ୍ ରନର୍ସଅପ୍ ନିମନ୍ତେ ଯୋଗ୍ୟ ବିବେଚିତ ହୋଇ ପୁରସ୍କୃତ ହୋଇଥିଲା।

ପରିଶେଷରେ ବିଦ୍ୟାଳୟର ସମସ୍ତ ସଦନ ଓ କ୍ଲବର ସଂଯୋଜକ ଶିକ୍ଷକ ପ୍ରଶାନ୍ତ କୁମାର ଦାସ କାର୍ଯ୍ୟକ୍ରମର ସାଫଲ୍ୟ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Share This Article