ଡିଏଭି ପୋଖରୀପୁଟରେ ସ୍ୱଭାବକବିଙ୍କ ଜୟନ୍ତୀ ପାଳିତ

Odisha Hot News
1 Min Read

ଭୁବନେଶ୍ୱର: ଡିଏଭି ପୋଖରୀପୁଟରେ ସ୍ୱଭାବକବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷ ବିପିନ କୁମାର ସାହୁ ଏହି ଅବସରରେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହିତ ସମସ୍ତ ବିଦ୍ୟାର୍ଥୀ ଓ ଶିକ୍ଷକଶିକ୍ଷୟିତ୍ରୀଙ୍କୁ ସ୍ୱଭାବକବିଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ନିମନ୍ତେ ନିଜର ଅଭିମତ ରଖିଥିଲେ। ବିଦ୍ୟାଳୟର ସମସ୍ତ ନିରୀକ୍ଷକ-ନିରୀକ୍ଷିକା ତଥା ଓଡ଼ିଆ ବିଭାଗର ଶିକ୍ଷକ-ଶିକ୍ଷୟିତ୍ରୀ ମେହେରଙ୍କ ଚରଣାରବିନ୍ଦରେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଭକ୍ତି ସୁମନ ଅର୍ପଣ କରିଥିଲେ।

ସପ୍ତମ ଶ୍ରେଣୀର ଛାତ୍ରୀ ଆକାଂକ୍ଷା ସାମଲ୍‌ କବିଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କରିଥିବାବେଳେ କବିଙ୍କ ସୃଜନାତ୍ମକ ପତି ହିତ ସାଧିନୀ ତପସ୍ୱିନୀ କବିତାର ପ୍ରଥମ ସର୍ଗ ‘କିଏ ଗୋ ତୁ ଜ୍ୟୋତିର୍ମୟି ! ଶୁଦ୍ଧ-ଶୁଭ୍ର-ବେଶା …’  ସପ୍ତମ ଶ୍ରେଣୀର ଛାତ୍ରୀ ବ୍ରାହ୍ମୀସଂହିତା ଜ୍ଞାନଗମ୍ୟାଙ୍କ ଦ୍ୱାରା  ଗାୟନ କରାଯାଇଥିଲା। ଅଷ୍ଟମ ଶ୍ରେଣୀର ଛାତ୍ରୀ ରିତେଷ୍ଣା ଦାଶ କବିଙ୍କର ଅତି ଚର୍ଚ୍ଚିତ ପଦ ‘ମଙ୍ଗଳେ ଅଇଲା ଉଷା…..’ ଏହି ଅବସରରେ ଆବୃତ୍ତି କରିଥିଲେ। ଓଡ଼ିଆ ବିଭାଗର ବରିଷ୍ଠ ଶିକ୍ଷକ ନରୋତ୍ତମ ଷଡ଼ଙ୍ଗୀ କାର୍ଯ୍ୟକ୍ରମର ସଂଯୋଜନା କରିଥିବାବେଳେ ଓଡ଼ିଆ ଶିକ୍ଷକ କେଶବ ଚନ୍ଦ୍ର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଓଡ଼ିଆ ବିଭାଗର ଶିକ୍ଷୟିତ୍ରୀ ଝରଣା ମିଶ୍ର, କ୍ଷଣପ୍ରଭା ନନ୍ଦ ,ସୁଜାତା ମହାନ୍ତି  ତଥା ବିଜୟ କୁମାର ପଣ୍ଡା , ସନ୍ତୋଷ କୁମାର କର  ଆଦି ସକ୍ରିୟ ସହଯୋଗ କରିଥିଲେ। ବିଭାଗୀୟ ମୁଖ୍ୟ ଶୁଭ୍ରାଂଶୁ  ମୋହନ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ତଥା ସୁପରାମର୍ଶକ୍ରମେ ଏହି କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରାଯାଇଥିଲା।

Share This Article