ୟୁସିସିଆଇଏଲ ଲେଡିଜ ଫୋରମ ପକ୍ଷରୁ ସ୍ୱଚ୍ଛକର୍ମୀଙ୍କୁ ରେନକୋଟ୍ ପ୍ରଦାନ

Odisha Hot News
1 Min Read

ଭୁବନେଶ୍ୱର: ଉତ୍କଳ ଚାମ୍ବର୍ସ ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିଜ ଲିମିଟେଡ (ୟୁସିସିଆଇଏଲ) ଲେଡିଜ ଫୋରମ ପକ୍ଷରୁ ଭୁବନେଶ୍ୱର ମହାନଗର ନିଗମର ୬ ନମ୍ବର ୱାର୍ଡରେ କାର୍ଯ୍ୟରତ ସ୍ୱଚ୍ଛକର୍ମୀମାନଙ୍କୁ ରେନକୋଟ୍ ପ୍ରଦାନ କରାଯାଇଛି।

ସୋମବାର ଦିନ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ କର୍ପୋରେଟର ପ୍ରୀତିନନ୍ଦା ରାଉତରାୟ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ୟୁସିସିଆଇ ଲେଡିଜ ଫୋରମର ସଦସ୍ୟମାନଙ୍କ ଏହି ପଦକ୍ଷେପକୁ ସେ ଉଚ୍ଚ ପ୍ରଶଂସା କରିଥିଲେ।

ୟୁସିସିଆଇଏଲ ଲେଡିଜ ଫୋରମର ସଭାପତି ପ୍ରଣତି ପରିଡ଼ା ଓ ସମ୍ପାଦକ ଅର୍ଚ୍ଚନା ମଲ୍ଲଙ୍କ ନେତୃତ୍ୱରେ ରେନକୋଟ୍ ବଣ୍ଟନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।

ଖରା, ବର୍ଷା, ଶୀତ, କାକରକୁ ଖାତିରି ନକରି ଯେଉଁମାନେ ପରିବେଶକୁ ସଫା ସୁତରା ରଖିଥାନ୍ତି, ଆମମାନଙ୍କୁ ମଧ୍ୟ ବେଳେ ବେଳେ ସେମାନଙ୍କ କଥା ଚିନ୍ତା କରିବା ଆବଶ୍ୟକ। ତେଣୁ ବର୍ଷାକୁ ଦୃଷ୍ଟିରେ ରଖି ସ୍ୱଚ୍ଛକର୍ମୀମାନଙ୍କ ସୁରକ୍ଷା ପାଇଁ ରେନକୋଟ୍ ଦିଆଯାଇଛି। ଏହା ସେମାନଙ୍କ ପାଇଁ ବେଶ୍ ସହାୟକ ହେବ ବୋଲି ଆଶା କରୁଛୁ,”  କହିଛନ୍ତି ୟୁସିସିଆଇଏଲ ଲେଡିଜ ଫୋରମର ସଭାପତି ପ୍ରଣତି ପରିଡ଼ା।

ସ୍ୱଚ୍ଛକର୍ମୀମାନେ ରେନକୋଟ୍ ପାଇବା ପରେ ୟୁସିସିଆଇଏଲ ଲେଡିଜ ଫୋରମକୁ ସେମାନେ ଧନ୍ୟବାଦ ଜଣାଇଛନ୍ତି।

ଏହି କାର୍ଯ୍ୟକ୍ରମରେ ଲେଡିଜ ଫୋରମର ସଦସ୍ୟ ରୀତା ପଟ୍ଟନାୟକ, ରୋଶ୍‌ନୀ ମିଶ୍ର, ସ୍ୱର୍ଣ୍ଣପ୍ରଭା ସାମଲ, ମୀନତି ଦାସ ଏବଂ ନମିତା ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ।

Share This Article