ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା: ଅଗ୍ନୀବରଙ୍କ ଭର୍ତ୍ତି ପାଇଁ ସଂରକ୍ଷଣ ଏବଂ ବୟସ ସୀମାରେ ହେବ କୋହଳ

Odisha Hot News
1 Min Read

ଭୁବନେଶ୍ଵର: ସମଗ୍ର ଦେଶରେ ଅଗ୍ନିପଥ ଯୋଜନାକୁ ନେଇ କେନ୍ଦ୍ର ସରକାରଙ୍କୁ ବିରୋଧୀ ଦଳ ଆକ୍ରମଣ କରିଛନ୍ତି। ଏହି ଯୋଜନା ତୁରନ୍ତ ହଟାଇବା ପାଇଁ ବିରୋଧୀ ଦଳ ଦାବି କରୁଛି। ତେବେ ଏହା ଭିତରେ ଓଡିଶା ସରକାର ଏହି ଯୋଜନାକୁ ନେଇ ଏକ ବଡ ଘୋଷଣା କରିଛନ୍ତି। ଓଡିଶା ସରକାର ଅଗ୍ନୀବରମାନଙ୍କ ପାଇଁ ସଂରକ୍ଷଣ ଏବଂ ବୟସ ସୀମା ମଧ୍ୟ କୋହଳ କରିଛନ୍ତି।

ଓଡ଼ିଶାର ଯେଉଁ ଅଗ୍ନିବୀର୍‌ ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ସବୁ ୟୁନିଫର୍ମ ସେବାରେ ନିଯୁକ୍ତି ପାଇଁ ୧୦ ପ୍ରତିଶତ ପର୍ଯ୍ୟନ୍ତ ସଂରକ୍ଷଣ ଘୋଷଣା କରିଛନ୍ତି। ଏହା ସହିତ ସେମାନଙ୍କ ପାଇଁ ବୟସ ସୀମା ମଧ୍ୟ ୫ ବର୍ଷ କୋହଳ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Share This Article