ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ଅଭିନନ୍ଦନ ଜଣାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

Odisha Hot News
1 Min Read

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ରାଷ୍ଟ୍ରପତି ଭବନରେ ସୁଦର୍ଶନଙ୍କୁ ରାଷ୍ଟ୍ରପତି ଏହି ଅଭିନନ୍ଦନ ପ୍ରଦାନ କରିଛନ୍ତି। ସୁଦର୍ଶନ ଗତ 12 ତାରିଖରେ ରୁଷିଆ ପିଟରସବର୍ଗରେ ଆୟୋଜିତ ଅନ୍ତର୍ଜାତୀୟ ବାଲୁକା କଳା ଚମ୍ପୟିନସିପ୍ ରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ତାଙ୍କୁ ସେଠାରେ ଗୋଲ୍ଡ ସ୍ୟାଣ୍ଡ ମାଷ୍ଟର ଟାଇଟଲ ପ୍ରଦାନ କରାଯାଇଛି।

ପିଟରସବର୍ଗରେ ସୁଦର୍ଶନ 12 ଫୁଟର ରଥରେ ଜଗନ୍ନାଥ ବାଲୁକା କଳା ନିର୍ମାଣ କରିଥିଲେ। ଏହି ପ୍ରତିଯୋଗୀତାରେ ବିଭିନ୍ନ ଦେଶରୁ ବାଲୁକାଶିଳ୍ପୀ ଯୋଗଦେଇଥିଲେ। ସୁଦର୍ଶନଙ୍କ ବାଲୁକା କଳା ଶ୍ରେଷ୍ଠ ପଦକ ହାସଲ କରିଥିଲା। ସେଥିପାଇଁ ତାଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ଅଭିନନ୍ଦନ ଜଣାଇ ଦୁଇ ଲକ୍ଷ ଟଙ୍କା ପୁରସ୍କୃତ କରିଥିଲେ। ସୁଦର୍ଶନ ଆନ୍ତର୍ଜାତୀୟ ବାଲୁକା କଳା ପ୍ରତିଯୋଗୀତାରେ ଯୋଗ ଦେଇ ବହୁ ପୁରସ୍କାର ହାସଲ କରିଛନ୍ତି।

Share This Article