ପଦ୍ମଶ୍ରୀ କମଳା ପୂଜାରୀଙ୍କ ପରଲୋକରେ ପ୍ରଧାନମନ୍ତ୍ରୀଙ୍କ ଶୋକ

Odisha Hot News
1 Min Read

ନୂଆଦିଲ୍ଲୀ: ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତା କମଳା ପୂଜାରୀଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି, କମଳା ପୂଜାରୀ କୃଷି କ୍ଷେତ୍ର ପାଇଁ ସ୍ମରଣୀୟ ଅବଦାନ ଦେଇଛନ୍ତି। ବିଶେଷ କରି ଜୈବିକ କୃଷି ପଦ୍ଧତିକୁ ବଢ଼ାଇବା ଏବଂ ସ୍ୱଦେଶୀ ବିହନ ସଂରକ୍ଷଣ ଦିଗରେ ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି।

ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରି ଉଲ୍ଲେଖ କରିଛନ୍ତି;

“ଶ୍ରୀମତୀ କମଳା ପୂଜାରୀଙ୍କ ପରଲୋକ ଖବର ଶୁଣି ମର୍ମାହତ। କୃଷି କ୍ଷେତ୍ର, ବିଶେଷ କରି ଜୈବିକ କୃଷି ପଦ୍ଧତିକୁ ପ୍ରୋତ୍ସାହନ ଦେବା ଏବଂ ସ୍ୱଦେଶୀ ବିହନ ସଂରକ୍ଷଣ କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଯୋଗଦାନ ରହିଥିଲା। ଦୀର୍ଘସ୍ଥାୟୀ ବିକାଶ ଓ ଜୈବ ବିବିଧତାର ସୁରକ୍ଷା କ୍ଷେତ୍ରରେ ତାଙ୍କର କାର୍ଯ୍ୟ ସର୍ବଦା ସ୍ମରଣୀୟ ହୋଇ ରହିବ। ଜନଜାତି ସମ୍ପ୍ରଦାୟର ସଶକ୍ତୀକରଣ କ୍ଷେତ୍ରରେ ସେ ଜଣେ ଆଲୋକବର୍ତ୍ତିକା ସଦୃଶ ଥିଲେ। ତାଙ୍କ ପରିବାର ଓ ଅନୁଗାମୀଙ୍କ ପ୍ରତି ସମବେଦନା ଜଣାଉଛି। ଓଁ ଶାନ୍ତି।’’

Share This Article