() ପୁଣି ଦୁର୍ଷମ । କେନ୍ଦ୍ରାପଡା ଜିଲ୍ଲା ଡେରାବିଶି ଥାନା ଅଂଚଳରେ ମନ୍ଦିର ଭିତରେ ମହିଳାଙ୍କୁ ଦୁର୍ଷମ କରାଯାଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ, ଡେରାବିଶି ଅଞ୍ଚଳର ମହିଳା ରଶ୍ମିତା ନାଏକ (୪୦), ତାଙ୍କ ସ୍ୱାମୀଙ୍କ ସହ ପାଟିତୁଣ୍ଡ ହେବାରୁ ସେ ଗତ ୨୯ ତାରିଖ ଦିନ ରାତିରେ ଘରୁ ପଳାଇ ଆସିଥିଲେ । ଘରୁ ଆସିବା ପରେ ବାଟରେ ସ୍ଥାନୀୟ ଅଞ୍ଚଳର ଜଣେ ପୂଜକଙ୍କ ସହ ତାଙ୍କର ଦେଖା ହୋଇଥିଲା । ପୂଜକ ଜଣଙ୍କ ହେଲେ ରଘୁନାଥ ପଣ୍ଡା ଓରଫ କାଳିଆ ନନା । ତେବେ ମହିଳା ଜଣଙ୍କୁ ମନ୍ଦିରର ପୂଜକ ରାତିରେ ନେଇ ମନ୍ଦିରରେ ରଖି ବିଳମ୍ବିତ ରାତିରେ ତାଙ୍କ ସହ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ ବୋଲି ରଶ୍ମିତା ଡେରାବିଶି ଥାନାରେ ଅଭିଯୋଗ କରିଛନ୍ତି ।ଅନ୍ୟପଟେ ଥାନାରେ ଏତଲା ଦାୟର ହେବା ପରେ ଡେରାବିଶି ଥାନା ପୋଲିସ ଅଭିଯୁକ୍ତ କାଳିଆ ନନାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ମନ୍ଦିର ଭିତରେ ମହିଳାଙ୍କୁ ଦୁର୍ଷମ କଲେ ପୂଜକ !
You Might Also Like
Leave a Comment
Leave a Comment
- Advertisement -
