ନଳବଣରେ ଅବାଧ ପ୍ରବେଶ ନେଇ ୭ ମତ୍ସ୍ୟଜୀବୀ ଗିରଫ

Odisha Hot News
1 Min Read

ବାଲୁଗାଁ(ସୀତାରାମ ଅଗ୍ରୱାଲ): ଆଜି ମଧ୍ୟାହ୍ନରେ ଚିଲିକା ବନ୍ୟପ୍ରାଣୀ ବିଭାଗ ଅନ୍ତର୍ଗତ ନଳବଣ ବନ୍ୟପ୍ରାଣୀ ଅଭୟାରଣ୍ୟରେ ବେଆଇନ ପ୍ରବେଶ ଏବଂ ମାଛ ଧରାକୁ ନେଇ ୭ ଜଣ ମତ୍ସ୍ୟଜୀବୀ ଗିରଫ ହୋଇଛନ୍ତି।

ଗିରଫ ଅଭିଯୁକ୍ତ ମାନେ ଚନ୍ଦ୍ରାପୁଟ ଗ୍ରାମର ରାଜେଶ କୁମାର ଦାସ (୪୨), ଖିତିଶ ଜାଲି (୩୦), ପଦ୍ମଲୋଚନ ଦାସ (୪୨), ସୁଦାମ ଦାସ (୩୬), ମୀନକେତନ ଦାସ (୩୮), ଶରତ ଜାଲି (୪୩),ରିତୁ କୁମାର ଜାଲି (୨୫)। ଅଭିଯୁକ୍ତମାନଙ୍କ ନିକଟରୁ ୯ ଏଚପି ମେସିନ ସହ ଏକ ଫାଇବର ଡଙ୍ଗା, ୭ ଟି ଡୁବି ଜାଲ, ୧୦ ଟି ଗଣ୍ଡା ଜାଲ, ଗୋଟିଏ ଥର୍ମୋକୁଲ ବାକ୍ସ ଏବଂ ୨ ଟି ମୋବାଇଲ ଜବତ କରାଯାଇଛି।

ବନ୍ୟଜନ୍ତୁ ସୁରକ୍ଷା ଅଧିନିୟମ ୧୯୭୨ ଅନୁଯାୟୀ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

Share This Article