ରତ୍ନ ଭଣ୍ଡାର ଖୋଲିବା ପୂର୍ବରୁ ବିବାଦ, ଶ୍ରୀଲୋକନାଥଙ୍କ ଆଜ୍ଞାମାଳକୁ ନେଇ ପ୍ରଶ୍ନ ଉଠାଇଲେ ସେବକ

Odisha Hot News
1 Min Read

ପୁରୀ: ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲା ହେବା ପୂର୍ବରୁ ଆରମ୍ଭ ହୋଇଛି ବିବାଦ। ଶ୍ରୀଲୋକନାଥଙ୍କ ଆଜ୍ଞାମାଳ ଶ୍ରୀମନ୍ଦିର ଭିତରକୁ ନେବା ନେଇ ପ୍ରଶ୍ନ ଉଠାଇଛନ୍ତି ସେବକ। ସେମାନଙ୍କର କହିବା କଥା ଯେ, ଶ୍ରୀମନ୍ଦିରରୁ ଜଗନ୍ନାଥଙ୍କ ଆଜ୍ଞାମାଳ ଚାରିଆଡେ ଯାଏ। ହେଲେ ଶ୍ରୀମନ୍ଦିର ଭିତରକୁ ଅନ୍ୟ ମନ୍ଦିରର ଆଜ୍ଞାମାଳ କିପରି ଅଣାଗଲା ବୋଲି ପ୍ରଶ୍ନ ଉଠିଛି।

କେତେକ ସେବାୟତଙ୍କ ଅଭିଯୋଗ ଯେ, ଶ୍ରୀମନ୍ଦିର ଭିତରେ ଥିବା ରତ୍ନ ଭଣ୍ଡାର ସମ୍ମୁଖରେ ଶ୍ରୀଲୋକନାଥ ଅଛନ୍ତି। ସେ ଭଣ୍ଡାରଘରର ଦାୟିତ୍ବରେ ରହିଛନ୍ତି। ତାଙ୍କ ପାଖରେ ପୂଜାପାଠ କରି ତାଙ୍କର ଅନୁମତି ନେବାର ଆବଶ୍ୟକ ରହିଛି। ହେଲେ କଣ ପାଇଁ ବାହାର ମନ୍ଦିରରୁ ଆଜ୍ଞାମାଳ ଆସିଲା ସେ ନେଇ ସେମାନେ ପ୍ରଶ୍ନ କରିଛନ୍ତି।

ସେହିପରି ସେମାନେ ଅଭିଯୋଗ କରିଛନ୍ତି ଯେ, ଭଣ୍ଡାର ଘରର ମାଲିକ ହେଉଛନ୍ତି ଶ୍ରୀ ଜଗନ୍ନାଥ। ସେ ଯେତେବେଳେ ଘରେ ନାହାଁନ୍ତି, ତାଙ୍କ ଅନୁପସ୍ଥିତରେ ତାଙ୍କ ଭଣ୍ଡାରଘର ଖୋଲିବାକୁ ଏମାନେ କିଏ ବୋଲି ପ୍ରଶ୍ନ କରିଛନ୍ତି। ଘରର ମାଲିକ ନ ଥିବା ବେଳେ କାହିଁକି ଭଣ୍ଡାରଘର ଖୋଲାଯାଉଛି ସେମାନେ କହିଛନ୍ତି।

Share This Article