ଆଜି ଗୁଣ୍ଡିଚା ଯାତ୍ରା: ମହାପ୍ରଭୁଙ୍କ ଅପେକ୍ଷାରେ ରଥ

Odisha Hot News
2 Min Read

ରଣପୁର: ଆଜି ପବିତ୍ର ଗୁଣ୍ଡିଚା ଯାତ୍ରା, ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ଜଗତର ନାଥ ଜଗନ୍ନାଥ ରଥା ରୁଢ ହୋଇଯିବେ ମାଉସୀ ଘରକୁ। ସେଥିପାଇଁ ରଣପୁର ରଜବାଟୀ ସମ୍ମୁଖରେ ୩ ଟି ରଥ ଏବେ ସୁସଜ୍ଜିତ ହୋଇ ଠିଆ ହୋଇଛି ମହାପ୍ରଭୁଙ୍କ ଅପେକ୍ଷାରେ।
ଆଜି ପ୍ରଥମେ ୩ ଠାକୁରଙ୍କର ନେତ୍ର ଉତ୍ସବ କରାଯିବ ପରେ ରଥରେ ନେତ ବନ୍ଦା ଯିବା ସହ ସର୍ବସାଧାରଣ ନବ ଯୌବନ ଦର୍ଶନ କରିବେ। ରଥ ପ୍ରତିଷ୍ଠା ପରେ ଶ୍ରୀ ଜିଉମାନଙ୍କ ସେବାନୀତରି ପରେ ଧାଡି ପହଣ୍ଡିରେ ରଥା ରୁଢ ହେବେ।

ଆଜି ୩ ଠାକୁର ରଥ ରୁଢା ହେବା ପରେ ରଣପୁର ରାଜା ଦିଲ୍ଲିପ ଚନ୍ଦ୍ର ସିଂ ଦେଓ ଏକ ସୁସଜ୍ଜିତ ବିମାନରେ ଆସି ରଥ ପ୍ରତିଷ୍ଠା କରିବାର କାର୍ଯ୍ୟକ୍ରମ ରହିଛି। ଗୁଣ୍ଡିଚାରେ ଛେରାପହଁରା କରାଯିବାପରେ ଅପରାହ୍ନରେ ରଥ ଟଣା ହେବାର କାର୍ଯ୍ୟକ୍ରମ ରହଛି।

ଅନ୍ୟ ପକ୍ଷରେ ରଥ ଯାତ୍ରା ଭିଡରେ ବେପାର କରିବାପାଇଁ ବଡ ଦାଣ୍ଡରେ ଶହଶହ ବର୍ଷ ଧରି ଗରିବ ଉଠା ଦୋକାନୀ ମାନେ ଦୋକାନ କରି କିଛି ପଇସା ରୋଜଗାର କରିବା ସହ ନିଜ ପରିବାର ପରିପୋଷଣ କରିଥାଆନ୍ତି। କିନ୍ତୁ ଚଳିତ ବର୍ଷ ପ୍ରଶାସନ ଏହି ଉଠା ଦୋକାନୀ ମାନଙ୍କୁ ବସିବାକୁ ଅନୁମୋତି ଦେଇନଥିବାରୁ ଏହି ଉଠା ଦୋକାନୀ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। କେବଳ ରାଜବାଟି ପରିସରରେ ପ୍ରତି ବର୍ଷ ଭଳି ମୀନା ବଜାର ପଡିଛି।

ଓଡିଶା ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ରଣପୁର ପରିଚିତ। ପୁରୀ ଭଳି ଏଠାରେ ଚତୁର୍ଦ୍ଧାମୂର୍ତ୍ତି, ବଡଦେଉଳ, ବଡ ବଡ ୩ ଟି ରଥ ନିର୍ମଣ କରାଯାଏ। ପୁରୀରେ ଶ୍ରୀ ଜିଉଙ୍କୁ ଦର୍ଶନ କଲେ ଯେଉଁ ପୁଣ୍ୟ ମିଳେ ରଣପୁରରେ ଶ୍ରୀ ଜିଉଙ୍କୁ ଦର୍ଶନ଼ କେଲେ ସେହି ପୁଣ୍ୟ ମିଳେ ବୋଲି ବିଶ୍ୱାସ ଥିବାରୁ ପ୍ରତିବର୍ଷ ଏଠାରେ ଲକ୍ଷାଧିକ ଭକ୍ତ ସମାଗମ ହୋଇଥାନ୍ତି।

ରଥଯାତ୍ରା ପାଇଁ ପ୍ରଶାସନ ସବୁପ୍ରକାର ବ୍ୟବସ୍ଥା କରିଥିବା ଜଣାଯାଇଛି। ଶାନ୍ତି ଶୃଙ୍ଗଳା ପାଇଁ ବ୍ୟାପକ ପୁଲିସ ମୃତୟନ କରାଯାଇଥିବା ତହସିଲଦାରଙ୍କ ଠାରୁ ଜଣାଯାଇଛି।

ସେହିପରି ବିଦ୍ୟୁତ ବିଭାଗ, ଅଗ୍ନି ସମ ବିଭାଗ, ସ୍ୱାସ୍ଥ ବିଭାଗ ତରଫରୁ ବ୍ୟାପକ ସତର୍କତା ଅବଲମ୍ବନ କରାଯାଇଛି।

ପବିତ୍ର ଗୁଣ୍ଡିଚା ଉପଲକ୍ଷେ ଶୃତି ସୁଧା ତରଫରୁ ଦିବ୍ୟ ଭକ୍ତି ଭଜନ ସମାରୋହ ଅନୁଷ୍ଟିତ ହେବ। ଏହି କାର୍ଯ୍ୟକ୍ରମ ଅଧ୍ୟାପକ ସତ୍ୟ ନାରାୟଣ ମହାପାତ୍ରଙ୍କ ନିର୍ଦ୍ଦେଶନାରେ ପାରିଚାଳିତ ହେବ।

Share This Article