ଉମରକୋଟରୁ ବିଶାଖପାଟଣାକୁ ଓଡିଶା ସରକାରଙ୍କ ଏସି ଡିଲକ୍ସ ବସ୍ , ଜାଣନ୍ତୁ ସମୟ ନିର୍ଘଣ୍ଟ

Odisha Hot News
1 Min Read

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଓସଆରଟିସି ତରଫରୁ ରାଜ୍ୟ ତଥା ରାଜ୍ୟ ବାହାରକୁ ହାଇଟେକ ବସ ସେବା ଯୋଗାଇ ଦିଆଯାଉଛି। ମୁଖ୍ୟତଃ ଯାତ୍ରୀମାନେ ଆରମ ଦାୟକ ଯାତ୍ରାର ଅନୁଭବ ହାସଲ କରିବା ପାଇଁ ଏହି ବସ ସେବାର ପ୍ରଚଳନ କରାଯାଇଛି। ସେହିପରି ଏକ ବସ ସେବା ହେଲା ଉମରକୋଟରୁ ବିଶାଖାପାଟଣା ଏସି ଡିଲକ୍ସ ବସ ସେବା।

ଏହି ବସଟି ପ୍ରତିଦିନ ରାତି 9 ଟା 30ରେ ବିଶାଖାପାଟଣାରୁ ବାହାରି ସକାଳ 7ଟାରେ ଉମରକୋଟରେ ପହଞ୍ଚିବ। ସେହିପରି ରାସ୍ତାରେ ବସଟି ବିଜୟାନଗରମ, ଜୟପୁର, ବୋରିଗୁମ୍ମା, ନବରଂଗପୁର ଏବଂ ଡାବୁଗାଁ ଦେଇ ଉମରକୋଟରେ ପହଞ୍ଚିବ। ସେହିପରି ଉମରକୋଟରୁ ବସଟି ସଂଧ୍ୟା 6 ଟାରୁ ବାହାରି ବିଶାଖାପାଟଣାରେ ଭୋର 4ଟାରେ ପହଞ୍ଚିବ।

Share This Article