୨୦୭ ବଂଡଲ କେନ୍ଦୁପତ୍ର ସହ ମହିନ୍ଦ୍ରା ପିକ ଅପ ଜବତ

Odisha Hot News
1 Min Read

ରେଢ଼ାଖୋଲ (କନ୍ଦର୍ପ ବେହେରା): ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବନଖଣ୍ଡ ଚାରମାଳ ରେଞ୍ଜ ର ଖକଡୋପାଳ ରାସ୍ତା ନିକଟରୁ ୨୦୭ ବଣ୍ଡଲ କେନ୍ଦୁପତ୍ର ସହ ଗୋଟିଏ ପିକଅପ ଭ୍ୟାନ ଜବତ କରିଛି ବନ ବିଭାଗ।

କେନ୍ଦୁପତ୍ର ବୋଝଇ ଏକ ମହେନ୍ଦ୍ରା ପିକଅପ (ଓଆର- ୦୨-ବିସି- ୨୧୫୬) ନମ୍ବର ବିଶିଷ୍ଟ ଗାଡ଼ିରେ ଚୋରାଚାଲାଣ ହେଉଥିବାର ବନବିଭାଗ କୋଣସି ସୂତ୍ରରୁ ଖବର ପାଇ ରେଢ଼ାଖୋଲ ଡିଏଫଓ ଅରବିନ୍ଦ ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ଚାରମାଲ ରେଞ୍ଜର ଦର୍ଶନୀୟା ଭୋଇ ଓ ଫରେଷ୍ଟର ବିଜୟ କୁମାର ବିଶ୍ୱାଳ ଏକ ସ୍ବତନ୍ତ୍ର ଟିମ୍ ଗଠନକରି ଚୋରାଚାଲାଣ ହେଉଥିବା କେନ୍ଦୁପତ୍ର, ପିକଅପ୍ ଭ୍ୟାନ କୁ ଖକଡୋପାଳ ରାସ୍ତା ରେ ଗାଡିଟିକୁ ଆୟତ୍ତ କରିଥିଲେ।

ଗାଡ଼ିରୁ ୨୦୭ ବଂଡଲ କେନ୍ଦୁପତ୍ର ଅର୍ଥାତ ୯୮୮.୨୦ କେଜି କେନ୍ଦୁପତ୍ର ଯବତ୍ କରିଥିବା ବେଳେ କେନ୍ଦୁପତ୍ର ମାଫିଆ ବନବିଭାଗ କର୍ମଚାରୀମାନଙ୍କୁ ଦେଖି ଘଟଣାସ୍ଥଳରୁ ଚକମା ଦେଇ ଫେରାର ମାରିଛନ୍ତି। କେନ୍ଦୁପତ୍ର ଚାଲାଣ ରେ କେଉଁମାନେ ସାମିଲ ଅଛନ୍ତି ଏନେଇ ତଦନ୍ତ ଜାରି ରଖିଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଛି।

Share This Article