ଗୋମାଂସ ଚାଲାଣ କଣ୍ଟେନର୍ ଜବତ, ଡ୍ରାଇଭର ଅଟକ

Odisha Hot News
1 Min Read

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଥାନା ଅନ୍ତର୍ଗତ ମାଣ୍ଡିଆପଲୀ ଛକରେ ଗୋସୁରକ୍ଷା ମଞ୍ଚ କର୍ମୀ, ବଜରଙ୍ଗଦଳ କର୍ମୀ ଓ କିଛି ସ୍ଥାନୀୟ ଲୋକେ ମିଳିତ ଭାବେ ଗୋମାଂସ ଚାଲାଣ ସନ୍ଦେହ କରି ଏକ କଣ୍ଟେନର୍ କୁ ଅଟକ ରଖିଥିଲେ। ସେମାନେ ମିଳିତ ଭାବେ କଣ୍ଟେନର୍ ଟିର ତଲାସୀ ନେବା ବେଳେ ସେଥିରେ ଗୋମାଂସ ଚାଲାଣ ହେଉଥିବା ଜାଣିପାରିଥିଲେ।

ଡ୍ରାଇଭରକୁ ଗାଡ଼ିରୁ ଓହ୍ଲାଇ ପଚରାଉଚରା କରୁଥିଲା ବେଳେ ଚମାଖଣ୍ଡି ଥାନା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଉତ୍ତେଜିତ ଲୋକ ମାନଙ୍କଠାରୁ ଡ୍ରାଇଭରକୁ ଉଦ୍ଧାର କରି ଥାନାକୁ ନେଇଥିଲେ। ଥାନାରେ ଜେରା ବେଳେ ଉକ୍ତ ଗୋମାଂସ ଖୋର୍ଦ୍ଧା ଠାରୁ ବିଶାଖାପାଟଣା ଚାଲାଣ ହେଉଥିଲା ବୋଲି ଡ୍ରାଇଭର ପୋଲିସକୁ କହିଥିଲା।

ପୋଲିସ ଗୋମାଂସ କଣ୍ଟେନର୍ କୁ ଜବତ କରିଛି। ଚାଲାଣ ହେଉଥିବା ଗୋମାଂସ ର ଓଜନ ୨୧ ଟନ୍ ବୋଲି ଜଣାପଡିଛି।

Share This Article