ଜମି ବିବାଦକୁ ନେଇ ମାରଣାନ୍ତକ ଆକ୍ରମଣ, ତିନି ଗୁରୁତର

Odisha Hot News
1 Min Read

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା ତାରାସିଂ ଥାନା ଅନ୍ତର୍ଗତ କେପିଟି ଗ୍ରାମରେ ଜମି ବିବାଦକୁ ନେଇ ପୁର୍ବରୁ ଶିବ ଡାକୁଆ ଓ ବନ ଡାକୁଆ ପରିବାର ମଧ୍ୟରେ ଅସନ୍ତୋଷ ଲାଗି ରହିଥିଲା। ଆଜି ହଠାତ୍ ଶିବ ଡାକୁଆ, ସାଗର ଡାକୁଆ, ଧୋବଣୀ ଡାକୁଆ ଓ ଟୁନା ପ୍ରଧାନ ପ୍ରମୁଖ ଏକ ଅଟୋ ଯୋଗେ ବନ ଡାକୁଆର ସେଲୁନ୍ ଦୋକାନରେ ପହଞ୍ଚି ପ୍ରଥମେ ବନକୁ କାତି ଖଣ୍ଡା ଓ ଠେଙ୍ଗାରେ ପିଟି ତଳେ ପକାଇଦେଇଥିଲେ। ଏତିକି ବେଳେ ବନର ଚିତ୍କାର ଶୁଣି ସ୍ତ୍ରୀ କସ୍ତୁରୀ ଓ ପୁଅ ସୁଦାମ ଘଟଣାସ୍ଥଳରେ ପହଞ୍ଚିବାରୁ ସେମାନଙ୍କୁ ମଧ୍ୟ ଅଭିଯୁକ୍ତ ମାନେ ଆକ୍ରମଣ କରି ଥିଲେ।

ଯାହା ଫଳରେ ଆକ୍ରମଣର ଶୀକାର ତିନି ଜଣ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। କିନ୍ତୁ ଅବସ୍ଥା ଗୁରୁତର ହେବାରୁ ବନକୁ ଭୁବନେଶ୍ଵର ସ୍ଥାନାନ୍ତର କରାଯାଇଛି। ଅଭିଯୋଗ ପାଇ ତାରାସିଂ ଥାନା ଅଧିକାରୀ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

Share This Article