ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ସ୍ନାନ ବେଦିରେ ତିନି ଠାକୁର: ଅପୂର୍ବ ଗଜାନନ ବେଶରେ ଦର୍ଶନ ଦେଲା କାଳିଆ

Odisha Hot News
1 Min Read

ରଣପୁର: ଓଡିଶାର ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ରଣପୁର ରେ ଆଜି ସ୍ନାନ ମଣ୍ଡପରେ ଶ୍ରୀ ଜିୟୁ ଙ୍କୁ ଦର୍ଶନ ପାଇଁ ଭିଡ ଲାଗିଛି। ଆଜି ରଣପୁରରେ ମହାସମାରୋହରେ ମଧ୍ୟରେ ତିନି ଠାକୁରଙ୍କ ସ୍ନାନ ଯାତ୍ରା ପାଳିତ ହୋଇଯାଇଛି। ଶୁକ୍ରବାର ରାତିରେ ସମସ୍ତ ନିତି ସମ୍ପନ୍ନ ହେବା ପରେ ତିନି ଠାକୁରଙ୍କୁ ସେନା ପଟା କାରାଯାଇଥିଲା।

ଆଜି ଭୋରୁ ତିନି ଠାକୁରଙ୍କୁ ମଙ୍ଗଳା ଅର୍ପଣ କରାଯାଇଥିଲା। ପରେ ପହଣ୍ଡି କରାଯାଇ ସ୍ନାନ ବେଦିକୁ ବିଜେ କରାଯାଇଥିଲା। ପରେ ଅବକାଶ କରାଯାଇଥିଲା। ମନ୍ଦିର ପରିସରରେ ଥିବା କୂଅରୁ ୧୦୮ ଗରା ଜଳ ଆଣି ତିନି ଠାକୁରଙ୍କୁ ସ୍ନାନ କରାଯାଇଥିଲା। ଚନ୍ଦନ କର୍ପୂର ଆଦି ତିନି ଠାକୁରଙ୍କ ଶ୍ରୀ ଅଙ୍ଗ ରେ ଲେପନ କରାଯାଇଥିଲା ଓ ତିନି ଠାକୁରଙ୍କୁ ହାତୀ ବେଶରେ ସୁସଜ୍ଜିତ କରା ଯାଇଥିଲା। ପୁରୀ ରେ ଠାକୁରଙ୍କୁ ଦର୍ଶନ କଲେ ଯେଉଁ ପୁଣ୍ୟ ମିଳେ ରଣପୁର ରେ ଦର୍ଶନ କାଲେ ସେହି ପୁଣ୍ୟ ମିଳେ ବୋଲି ବିଶ୍ୱାସ ରହିଥିବାରୁ ଠାକୁର ଙ୍କୁ ଦର୍ଶନ ପାଇଁ ଭିଡ ଲାଗି ରହିଥିଲା।

ଶହ ଶହ ଭକ୍ତ ମନ୍ଦିର ଭିତରକୁ ଦୀପଦାନ କରିବା ସହିତ ଭାବ ବିହ୍ୱୋଳ ହୋଇ ଦର୍ଶନ କରିଥିବା ଦେଖିବାକୁ ମିଳିଥିଲା। ରାତିରେ ତିନି ଠାକୁରଙ୍କୁ ଗୋଟି ପହଣ୍ଡିରେ ଅଣସର ଘରକୁ ବିଜେ କରାଯାଇଥିଲା। ମନ୍ଦିର ରେ ସୁରୁଖୁରୁ ରେ ଭକ୍ତ ଦର୍ଶନ କରିବା ପାଇଁ ପୁଲିସ ତରପଂରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

Share This Article