ନବୀନ ପଟ୍ଟନାୟକଙ୍କ ପୁତୁରା ଅରୁଣ ପଟ୍ଟନାୟକ ଜଣେ ନେଦରଲାଣ୍ଡ ଯୁବତୀଙ୍କୁ କଲେ ବିବାହ

Odisha Hot News
1 Min Read

ନୂଆଦିଲ୍ଲୀ: ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପୁତୁରା ଅରୁଣ ପଟ୍ଟନାୟକ ବିବାହ କରିଛନ୍ତି। ସେ ନେଦରଲ୍ୟାଣ୍ଡର ଯୁବତୀ ନାଦିଆଙ୍କୁ ବିବାହ କରିଥିବାର ଜଣାପଡିଛି। ଏହି ବିବାହ ଉତ୍ସବ ନେଦରଲ୍ୟାଣ୍ଡରେ ଗତ 17 ତାରିଖରେ ହୋଇଥିବାର ଜଣାପଡିଛି। ଅରୁଣଙ୍କ ଭଉଣୀ ଗାୟତ୍ରୀ ପଟ୍ଟନାୟକ ତାଙ୍କ ସାମାଜିକ ଗଣମାଧ୍ୟମରେ ବିଭିନ୍ନ ଫଟୋ ସେୟାର କରିଛନ୍ତି।

ଅରୁଣ ପଟ୍ଟନାୟକ ହେଉଛନ୍ତି ନବୀନ ପଟ୍ଟନାୟକଙ୍କ ବଡ ଭାଇ ପ୍ରେମ ପଟ୍ଟନାୟକଙ୍କ ପୁଅ। ତଥା ବିଜୁ ପଟ୍ଟନାୟକଙ୍କ ନାତି। କିଛିଦିନ ତଳେ ଅରୁଣ ପଟ୍ଟନାୟକ ଭୁବନେଶ୍ବର ଆସି ଦାଦା ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରିଥିବାର ଜଣାପଡିଛି। ସେତେବେଳେ ଅରୁଣ ବିଜେଡିର ମଙ୍ଗ ଧରିବା ପାଇଁ ଓଡିଶା ଆସିଲେ ବୋଲି ପ୍ରଚାର କରାଯାଇଥିଲା। ହେଲେ ତାହା ମିଛ ବୋଲି ଜଣାପଡିଛି।

ତେବେ ବିଦେଶରେ ଏହି ବିବାହ ହୋଇଥିବାରୁ ନବୀନ ଯାଇପାରି ନ ଥିଲେ। ଏହି ବିବାହ ଉତ୍ସବରେ କେବଳ ତାଙ୍କ ବାପା ପ୍ରେମ ପଟ୍ଟନାୟକ ଯୋଗଦେଇଥିବା ଜଣାପଡିଛି।

Share This Article