ଘୋଷଣା ହେଲା କେନ୍ଦ୍ର ସାହିତ୍ୟ ଏକାଡେମୀର ବାଲ୍ ଓ ଯୁବ ପୁରସ୍କାର, ଓଡିଆରୁ ଦୁଇଜଣ

Odisha Hot News
1 Min Read

ନୂଆଦିଲ୍ଲୀ: ଆଜି କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ବାଲ୍ ପୁରସ୍କାର ଓ ଯୁବ ପୁରସ୍କାର ଘୋଷଣା କରାଯାଇଛି। ଆଜି ଗୁଜରାଟର ନର୍ମଦା ଜିଲ୍ଲାରେ ଅନୁଷ୍ଠିତ କେନ୍ଦ୍ର ସାହିତ୍ୟ ଏକାଡେମୀର କାର୍ଯ୍ୟନିର୍ବାହୀ ବୈଠକରେ ଏହି ଘୋଷଣା କରାଯାଇଛି। ଏଥିରେ ୨୦୨୪ ବର୍ଷ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ୨୪ଟି ଭାଷାରେ ୨୪ ଜଣ ଲେଖକଙ୍କୁ ବାଲ ସାହିତ୍ୟ ପୁରସ୍କାର ପ୍ରଦାନ କରାଯିବାକୁ ଘୋଷଣା କରାଯାଇଛି। ସେହିପରି ୨୩ଟି ଭାଷାରେ ୨୩ ଜଣ ଲେଖକଙ୍କୁ ଯୁବ ପୁରସ୍କାର ଘୋଷଣା କରାଯାଇଛି।

ଓଡ଼ିଆ ଭାଷା ପାଇଁ ବରିଷ୍ଠ ଶିଶୁ ସାହିତ୍ୟିକ ମାନସ ରଞ୍ଜନ ସାମଲଙ୍କୁ ଚଳିତ ୨୦୨୪ ବର୍ଷର କେନ୍ଦ୍ର ସାହିତ୍ୟ ଏକାଡେମୀ ବାଲ ସାହିତ୍ୟ ପୁରସ୍କାର ପାଇଁ ମନୋନିତ କରାଯାଇଛି। ତାଙ୍କ ପୁସ୍ତକ ‘ଗପ କଳିକା’ ପାଇଁ ସେ ଏହି ପୁରସ୍କାର ପାଇବେ। ପୁରସ୍କାର ବାବଦକୁ ତାଙ୍କୁ ଏକ ତାମ୍ରଫଳକ ସହିତ ୫୦ ହଜାର ଟଙ୍କାର ଏକ ଚେକ୍ ମଳିବି।

ସେହିପରି ୨୦୨୪ ବର୍ଷ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ଓଡ଼ିଆ ଭାଷା ପାଇଁ ସାହିତ୍ୟିକ ସଞ୍ଜୟ କୁମାର ପଣ୍ଡା ଯୁବ ପୁରସ୍କାର ପାଇଁ ମନୋନିତ ହୋଇଛନ୍ତି। ତାଙ୍କ ପୁସ୍ତକ ‘ହୁ ବାଇଆ’ ପାଇଁ ସେ ଏହି ପୁରସ୍କାର ପାଇବେ। ପୁରସ୍କାର ବାବଦକୁ ତାଙ୍କୁ ଏକ ତାମ୍ରଫଳକ ସହିତ ୫୦ ହଜାର ଟଙ୍କାର ଚେକ୍ ପ୍ରଦାନ କରାଯିବ। ଏହି ଘୋଷଣା ପରେ ଉଭୟଙ୍କୁ ଓଡିଆ ସାହିତ୍ୟିକମାନେ ଅଭିନନ୍ଦନ ଜଣାଇଛନ୍ତି।

Share This Article