ପୁଣି ଭୁବନେଶ୍ବର ସଂସଦୀୟ କ୍ଷେତ୍ରରେ କାହିଁକି ପଶିଲେ ଶ୍ରୀମୟୀ ମିଶ୍ର, ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ

Odisha Hot News
1 Min Read

ଭୁବନେଶ୍ବର: ପ୍ରାୟ ଦୁଇମାସ ନିରବତା ପରେ ଏବେ ଭୁବନେଶ୍ବର ସଂସଦୀୟ ଅଞ୍ଚଳରେ ପ୍ରବେଶ କରିଛନ୍ତି ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର। ଚଳିତ ନିର୍ବାଚନରେ ଶ୍ରୀମୟୀଙ୍କୁ ନେଇ ସାରା ରାଜ୍ୟରେ ବେଶ ଚର୍ଚ୍ଚା ଚାଲିଥିଲା। କାରଣ ତାଙ୍କୁ ଭୁବନେଶ୍ବରର ସାଂସଦ ପ୍ରାର୍ଥୀ କରିବ ବୋଲି ବିଜେଡି ନିର୍ବାଚନର ବହୁ ପୂର୍ବରୁ ମଇଦାନକୁ ଛାଡିଥିଲା।

ଶ୍ରୀମୟୀ ମଧ୍ୟ ଜାନ୍ ଲଗାଇ ଭୁବନେଶ୍ବରର ସଂସଦୀୟ କ୍ଷେତ୍ରର ସାତୋଟି ନିର୍ବାଚନ ମଣ୍ଡଳିର ଗଳିକନ୍ଦି ବୁଲିସାରିଥିଲେ। ହେଲେ ଭାଗ୍ୟର ବିଡମ୍ବନା ତାଙ୍କୁ ଶେଷ ମୁହୁର୍ତ୍ତରେ ପରିବର୍ତ୍ତନ କରାଯାଇ ମନ୍ମଥ ରାଉତରାୟଙ୍କୁ ଟିକେଟ ଦିଆଯାଇଥିଲା। ଏହାପରେ ପରେ ଶ୍ରୀମୟୀ ପୁରା ମଇଦାନରୁ ଉଭାନ ହୋଇଯାଇଥିଲେ। ଏତେ ବଡ ନିର୍ବାଚନ ଶେଷ ହେଲା ସିନା ଶ୍ରୀମୟୀ ପୁରା ରାଜନୀତିରୁ ଆଉଟ ହୋଇଗଲେ।

ତେବେ ସବୁ କାମ ଶେଷ ହେବା ପରେ ଏହି ଶ୍ରୀମୟୀ ଭୁବନେଶ୍ବର ସଂସଦୀୟ କ୍ଷେତ୍ରରେ ପୁଣି ବୁଲାବୁଲି ଆରମ୍ଭ କରିଛନ୍ତି। ସେ ପୁରୁଣା ଭୁବନେଶ୍ବର ଖୋର୍ଦ୍ଧାର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି। ନିକଟରେ ପୁରୁଣାଭୁବନେଶ୍ବରରେ ଶୀତଳ ଷଷ୍ଠୀ ଉପଲକ୍ଷେ ଗୁଆଝରରେ ଏକାମ୍ର ଚନ୍ଦନ ଉତ୍ସବରେ ଯୋଗ ଦେଇଥିଲେ। ସେହିପରି ଖୋର୍ଦ୍ଧାରେ ଆୟୋଜିତ ରଜ ମହୋତ୍ସବରେ ସେ ପୂର୍ବତନ ବିଧାୟକ ରାଜେନ୍ଦ୍ର ସାହୁଙ୍କ ସହିତ ସାମିଲ ହୋଇଥିଲେ।

ତେବେ ବର୍ତ୍ତମାନ ନିର୍ବାଚନ ନ ଥିବା ବେଳେ ଏବଂ ବିଜେଡି ବଡ ବିପର୍ଯ୍ୟୟ ପରେ ଶ୍ରୀମୟୀ କାହିଁକି ପୁଣି ଥରେ ଭୁବନେଶ୍ବର ସଂସଦୀୟ କ୍ଷେତ୍ରର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।

Share This Article