ଆଜିଠୁ ସନ୍ଧ୍ୟା ୬:୩୦ ରୁ ଦେଖିବେ ମଧୁର ସଂସାର ଓ ସନ୍ଧ୍ୟା ରାଗିଣୀର ମହାସଂଗମ 

Odisha Hot News
2 Min Read

ଭୁବନେଶ୍ଵର: ଓଡିଶାର ଘରେ ଘରେ ପରିଚିତ ନମ୍ବର ୧ ଚାନେଲ ଜୀ ସାର୍ଥକ ଗୋଟିଏ ପରେ ଗୋଟିଏ ଦେଇଚାଲିଛି ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ଓ ଧାରାବାହିକ। ଦର୍ଶକଙ୍କ ପାଖରୁ ମିଳୁଥିବା ଅଗଣିତ ଭଲପାଇବା ଫଳରେ ଜୀ ସାର୍ଥକ ଦର୍ଶକଙ୍କ ଭଲ ପାଇବାକୁ ଧ୍ୟାନରେ ରଖି ମନଛୁଆଁ ଧାରାବାହିକ ପ୍ରସ୍ତୁତ କରୁଛନ୍ତି। ନୂଆ ଓ ଭିନ୍ନ କାହାଣୀ ସହିତ ଦର୍ଶକଙ୍କୁ ବାନ୍ଧି ରଖିବାରେ ସଫଳ ହୋଇଛି ଜୀ ସାର୍ଥକ। ଆଗକୁ ଆସୁଛି ରଜ ଉତ୍ସବ, ଏହି ମାହୋଲକୁ ଆହୁରି ଖାସ ବନାଇବା ପାଇଁ ରଜ ସପ୍ତାହର ଶୁଭାରମ୍ଭରେ ଜୀ ସାର୍ଥକରେ ଦେଖିବାକୁ ପାଇବେ ସନ୍ଧ୍ୟା ରାଗିଣୀ ଓ ମଧୁର ସଂସାର ର ମହାସଂଗମ। ଏହି ମହାସଂଗମ ଏପିସୋଡ ସୋମବାର, ମଙ୍ଗଳବାର ଓ ବୁଧବାର ସନ୍ଧ୍ୟା ୬:୩୦ ରୁ ୭:୩୦ ଯାଏ ଦେଖିପାରିବେ।

ସନ୍ଧ୍ୟା ରାଗିଣୀ ଓ ମଧୁର ସଂସାର ର ହେବାକୁ ଯାଉଛି ମହାସଂଗମ, ଯାହାପାଇଁ ଖୁବ ଉତ୍ସାହିତ ରହିଛନ୍ତି ପ୍ରଶଂସକ। ମଧୁ ସନ୍ଧ୍ୟା ଓ ରାଗିଣୀକୁ ରଜ ଉତ୍ସବର ନିମନ୍ତ୍ରଣ ଦେଇଛନ୍ତି। କିନ୍ତୁ ଏ ସବୁ ବିଷୟରେ ଖବର ପାଇବାପରେ ଭାରତୀ, ଶୀତଲ ଓ ଚାରୁ ଏହାକୁ ବିଫଳ କରିବାକୁ ଚଲାଇଛନ୍ତି ଚକ୍ରାନ୍ତ, ଯେମିତି କି ସମସ୍ତଙ୍କର ରଜ ଉତ୍ସବ ପାଳନ କରିବାର ସ୍ବପ୍ନ ଅଧାରେ ରହିଯିବ।

ଭରଦ୍ବାଜ ପରିବାରର ବହୁ ବର୍ଷର ପୁରୁଣା ପରମ୍ପରା ରହିଆସିଛି ଯେ ରଜରେ ନଅ ଜଣ ଅବିବାହିତ ଝିଅଙ୍କୁ ଡାକି ପୋଡପିଠା ଖୁଆଇ ସତ୍କାର କରାଯାଏ। ଚଳିତ ଥର ଏହି ପରମ୍ପରାରେ ସାମିଲ ହେବେ ସୃତୀ , ସନ୍ଧ୍ୟା, ରାଗିଣୀ, ରେଖା, ଶିଖା, ଶୀତଲ, ଚାରୁ, ରୁପାଲୀ, ଅନ୍ତରା।

ଶେଷ ରଜକୁ ଖାସ କରିବାପାଇଁ ମଧ୍ୟ ମଧୂ ବିଭିନ୍ନ ଖେଳ ଓ ନୃତ୍ୟ କାର୍ଯ୍ୟକ୍ରମର ଆୟୋଜନ କରିଛନ୍ତି। ଏମିତି ଭାବରେ ଜମିଛି ରଜର ଆସର। ଶେଷରେ ସୃତୀ କୋହଭରା କଣ୍ଠରେ ତାଙ୍କ ରଜକୁ ଖାସ କରିବାପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ତେବେ ଏହି ଭଳି ଖୁବ ମଜାଦାର କାହାଣୀ ଓ ଟ୍ବିଷ୍ଟରେ ଭରି ରହିଥିବା ସନ୍ଧ୍ୟା ରାଗିଣୀ – ମଧୁର ସଂସାର ର ରଜ ର ମହାସଂଗମ ଦେଖିବାକୁ ଭୁଲିବେନି। କାରଣ ରଜ ମୌକାରେ ଖୁସିର ଠିକଣା ହେବାକୁ ଯାଉଛି ଦୁଇଗୁଣା। ଜୀ ସାର୍ଥକ ପରିବାର ସହିତ ସାମିଲ ହୋଇ ଏହି ରଜକୁ ଆହୁରି ଖାସ ବନାନ୍ତୁ ବୋଲି ମତ ରଖିଛନ୍ତି ଜୀ ସାର୍ଥକର ଚିଫ ଚ୍ୟାନେଲ ଅଫିସର ପ୍ରତୀକ ସିଲ୍।

Share This Article