ଓଡିଶା ଶପଥ ଗ୍ରହଣ ଘୁଞ୍ଚିଲା, 10 ତାରିଖରେ ହେବ ନାହିଁ

Odisha Hot News
1 Min Read

ଭୁବନେଶ୍ବର: ଓଡିଶାର ମୁଖ୍ୟମନ୍ତ୍ରୀ ତଥା ମନ୍ତ୍ରୀ ମଣ୍ଡଳର ଶପଥ ଗ୍ରହଣ ଉତ୍ସବ 10 ତାରିଖରେ ହୋଇପାରିବ ନାହିଁ। ବର୍ତ୍ତମାନ ଆଜି 9 ତାରିଖରେ କେନ୍ଦ୍ରମନ୍ତ୍ରୀ ମଣ୍ଡଳ ଶପଥ ଗ୍ରହଣ ଉତ୍ସବ ହେଉଛି। ଏହା ଶେଷ ହେବା ପରେ 10 ତାରିଖରେ ଓଡିଶାର କିଏ ମୁଖ୍ୟମନ୍ତ୍ରୀ ହେବ ସେ ନେଇ ଦିଲ୍ଲୀରେ ଚର୍ଚ୍ଚା ହେବ। ଏଥିସହିତ ଓଡିଶା ମନ୍ତ୍ରୀ ମଣ୍ଡଳରେ କିଏ ସ୍ଥାନ ପାଇବ ସେ ନେଇ ମଧ୍ୟ ଆଲୋଚନା ହେବ। ଏହାପରେ 12 ତାରିଖରେ ଭୁବନେଶ୍ବରର ଜନତା ମଇଦାନରେ ଶପଥ ଗ୍ରହଣ ହେବ ବୋଲି ଜଣାପଡିଛି।

ତେବେ ଆଜି କେନ୍ଦ୍ରମନ୍ତ୍ରୀ ମଣ୍ଡଳରେ ଓଡିଶାରୁ ତିନିଜଣ ସାଂସଦ ସ୍ଥାନ ପାଇବାକୁ ଯାଉଛନ୍ତି। ସେମାନେ ହେଲେ ଜୁଏଲ ଓରାମ, ଧର୍ମେନ୍ଦ୍ର ପ୍ରଧାନ ଏବଂ ଅଶ୍ବିନୀ ବୈଷ୍ଣବ। ଏହି ତିନିଜଣ ପ୍ରଧାନମନ୍ତ୍ରୀ ବାସଭବନେରେ ଆୟୋଜିତ ବୈଠକରେ ଯୋଗ ଦେଇଛନ୍ତି। ଆଜି ସଂଧ୍ୟାରେ ସେମାନେ ଶପଥ ନେବେ। ଏହାପରେ ଆସନ୍ତାକାଲି ଓଡିଶା ମନ୍ତ୍ରୀ ମଣ୍ଡଳ ଉପରେ ବିଚାର କରାଯିବ ବୋଲି ଜଣାପଡିଛି।

Share This Article