ବିଜେଡିର ବଡ ବିପର୍ଯ୍ୟୟ ପରେ ପାଣ୍ଡିଆନଙ୍କ ଉପରେ ଏମିତି କଥା କହିଲେ ଖୋଦ ନବୀନ ପଟ୍ଟନାୟକ

Odisha Hot News
1 Min Read

ଭୁବନେଶ୍ବର: ଚଳିତ ନିର୍ବାଚନରେ ବିଜେଡିର ବଡ ବିପର୍ଯ୍ୟୟ ପରେ ବର୍ତ୍ତମାନ ଅନେକ ଦଳର ମଙ୍ଗ ଧରିଥିବା କାର୍ତ୍ତିକ ପାଣ୍ଡିଆନଙ୍କୁ ଦୋଷ ଦେଉଛନ୍ତି। ତାଙ୍କ ଯୋଗୁଁ ବିଜେଡିର ଏପରି ପରାଜୟ ହେଲା ବୋଲି ସମସ୍ତେ କହିବାରେ ଲାଗିଛନ୍ତି। ତେବେ ଏସବୁ ଶୁଣିବା ପରେ ଆଜି ନିରବତା ଭଙ୍ଗ କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ।

ନବୀନ କହିଛନ୍ତି ଯେ, ନିର୍ବାଚନରେ ହାରଜିତ ଲାଗିରହିଛି। ଲୋକମାନେ ଆମଙ୍କୁ ଯେଉଁ ସ୍ଥାନରେ ବସିବାକୁ ଅଧିକାର ଦେବେ ଆମେ ତାହା ହିଁ କରିବୁ। ହେଲେ ମୁଁ ମୋ ଦଳ ଏବଂ ମୋ ସରକାରକୁ  ନେଇ ଗର୍ବିତ। ଆମେ ସରକାରେ ନ ଥିଲେ ମଧ୍ୟ ଲୋକଙ୍କର ଯେଉଁ ସେବା କରିବା କଥା ତାହା ଜାରି ରହିବ ବୋଲି ନବୀନ କହିଛନ୍ତି।

ତେବେ ପାଣ୍ଡିଆନଙ୍କୁ ନେଇ ଯେଉଁ କଥା ପ୍ରଚାର ହେବାରେ ଲାଗିଛି ତାହା ଉପରେ ନିଜର ମତ ରଖିଛନ୍ତି ନବୀନ ପଟ୍ଟନାୟକ। ସେ କହିଛନ୍ତି ଯେ, ପାଣ୍ଡିଆନଙ୍କୁ ଯେଉଁ ଦୋଷ ଦିଆଯାଉଛି ତାହା ଦୁର୍ଭାଗ୍ୟଜନକ। ସେ ବହୁତ ପରିଶ୍ରମ କରିଛନ୍ତି। ସେ ପ୍ରଶାସକ ଥିଲା ବେଳେ ବେଶ ଭଲ ସାହାଯ୍ୟ କରିଥିଲେ। ସେଥିରୁ ଅବସର ନେବା ପରେ ଦଳରେ ଯୋଗଦେଲେ। ଦଳ ପାଇଁ ଭଲ କାମ କରୁଛନ୍ତି ବୋଲି ନବୀନ କହିଛନ୍ତି।

ସେହିପରି ସେ ଏହା ମଧ୍ୟ କହିଛନ୍ତି ଯେ, ପାଣ୍ଡିଆନ ମୋର ଉତ୍ତରାଧିକାରୀ ନୁହଁନ୍ତି। ଏହା ମୁଁ ବହୁବାର କହିଛି। ମୋର ଉତ୍ତରାଧିକାରୀ କିଏ ହେବ ସେ କଥା ଓଡିଶାବାସୀ ନିଷ୍ପତି ନେବେ। ହେଲେ ପାଣ୍ଡିଆନ ମୋର ଉତ୍ତରାଧିକାରୀ ନୁହଁନ୍ତି। ଶେଷରେ ଓଡିଶାର ଜନସାଧାରଣଙ୍କୁ ଧନ୍ୟବାଦ ଦେଉଛି। କାରଣ ସେମାନେ ବିଭିନ୍ନ ସମୟରେ ମୋତେ ସେବା କରିବାକୁ ସୁଯୋଗ ପ୍ରଦାନ କରିଛନ୍ତି। ଆମେ ମଧ୍ୟ ଭଲ ଶାସନ ଦେବା ପାଇଁ ଚେଷ୍ଠା କରିଛୁ। ତେବେ ଏହାକୁ ନେଇ ବର୍ତ୍ତମାନ ରାଜ୍ୟ ରାଜନୀତିରେ ବେଶ ଚର୍ଚ୍ଚା ହେବାରେ ଲାଗିଛି।

Share This Article