ଭୁବନେଶ୍ଵର ଏମ୍ସରେ ଚାଲିଛି ଆଇପିଏସ ଆଶିଷ ସିଂ ସ୍ୱାସ୍ଥ୍ୟ ପରୀକ୍ଷା

Odisha Hot News
0 Min Read

ଭୁବନେଶ୍ଵର: ଆଜି ଆଇପିଏସ ଆଶିଷ ସିଂଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରାଯାଉଛି। ଭୁବନେଶ୍ଵର ଏମ୍ସରେ ତାଙ୍କର ସ୍ୱାସ୍ଥ୍ୟ ଯାଞ୍ଚ ଚାଲିଛି। ଏମ୍ସରେ ୬ ଜଣିଆ ବୋର୍ଡ ଆଶିଷଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରୁଛି। ଏମ୍ସ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ବୋର୍ଡ ଯାଞ୍ଚ କରୁଛି। ବୋର୍ଡରେ ମେଡ଼ିସିନ, ଅର୍ଥୋପେଡିକ, ସର୍ଜରୀ, ସ୍ନାୟୁ ବିଭାଗର ବିଶେଷଜ୍ଞମାନେ ଅନ୍ତର୍ଭୁକ୍ତ।

ପ୍ରକାଶ ଯେ, ମେଡିକାଲ ଲିଭ୍ ରେ ଥିବା ଆଇପିଏସ ଅଧିକାରୀ ଆଶିଷ ସିଂଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଥିଲେ।

Share This Article