ଆଉ କିଛି ସମୟ ପରେ ମାଟ୍ରିକ ପରୀକ୍ଷା ଫଳ: ଜାଣନ୍ତୁ କେମିତି ଦେଖିବେ ରେଜଲ୍ଟ?

Odisha Hot News
1 Min Read

କଟକ: ଆଜି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ। ଆଜି ସକାଳ ୧୦ ଟା ୩୦ ରେ ପରୀକ୍ଷା ଫଳ ପ୍ରକାଶ ପାଇବ। ସେହିପରି ଇଣ୍ଟରନେଟରେ ପରୀକ୍ଷା ଫଳ ୧୧ ଟା ୩୦ ଉପଲବ୍ଧ ହେବ।

ଆଜି ପ୍ରଥମେ ବୋର୍ଡ ତରଫରୁ ପରୀକ୍ଷା ଫଳ ପ୍ରକାଶ ପାଇଁ ଅନୁମତି ହାସଲ କରିବା ପରେ ପରୀକ୍ଷା ଫଳ ପ୍ରକାଶ କରାଯିବ। ସେହିପରି ଅପରାହ୍ନ ୪ଟା ବେଳକୁ ଛାତ୍ରଛାତ୍ରୀମାନେ ୱେବସାଇଟରୁ ସେମାନଙ୍କର ଡିଜିଟାଲ ସାର୍ଟିଫିକେଟ ହାସଲ କରିପାରିବେ। ତେବେ ଛାତ୍ରଛାତ୍ରୀମାନେ ହ୍ବାଟସଆପ ରେ ମଧ୍ୟ ସାର୍ଟିଫିକେଟ ହାସଲ କରିପାରିବେ। ହ୍ବାଟସଆପ ନମ୍ବରଟି ହେଲା ୭୭୧୦୦୫୮୧୯୨। ସେହିପରି ୱେବସାଇଟ ହେଲା http://www.bseodisha.ac.in/ 

Share This Article