ଓଡିଶାର ଦୁଇଟି ବୁଥରେ ହେବ ପୁନଃ ମତଦାନ, ତାରିଖ ଘୋଷଣା କଲେ ନିର୍ବାଚନ କମିଶନର

Odisha Hot News
1 Min Read

ଭୁବନେଶ୍ବର: ଓଡିଶାର ଏକ ଲୋକସଭା ଆସନର ଦୁଇଟି ବୁଥରେ ହେବ ପୁନଃମତଦାନ। ଆସନ୍ତା 23 ତାରିଖ ସକାଳ 7ଟାରୁ ଅପରାହ୍ନ 4 ଟା ପର୍ଯ୍ୟନ୍ତ ଏହି ମତଦାନ ହେବ ବୋଲି ଘୋଷଣା କରାଯାଇଛି। ଏହି ଘୋଷଣା ଅନୁସାରେ ଓଡିଶାର କନ୍ଧମାଳ ଲୋକସଭା ଅଧିନସ୍ଥ କଣ୍ଟାମାଳ ବିଧାନସଭା କ୍ଷେତ୍ରର ସାନକିରାଶିରାର ବୁଥ ନମ୍ବର 26 ଏବଂ ମହେଶ୍ବରପିଣ୍ଡା ବୁଥ ନମ୍ବର 28 ରେ ଏହି ନିର୍ବାଚନ ହେବ।

ସେଥିପାଇଁ ଏହି ଦୁଇ ବୁଥର ସମସ୍ତ ଭୋଟରମାନେ ପୁଣି ଥରେ ଆସନ୍ତା 23 ତାରିଖ ଗୁରୁବାର ଦିନ ଭୋଟ ଦେବା ପାଇଁ ନିର୍ବାଚନ କମିଶନରଙ୍କ ତରଫରୁ ଅନୁରୋଧ କରାଯାଇଛି।

ଗତ 20 ତାରିଖରେ କନ୍ଧମାଳ ଲୋକସଭା ଏବଂ ଏହା ଅଧିନରେ ଥିବା ବିଧାନସଭା କ୍ଷେତ୍ରରେ ଭୋଟ ଗ୍ରହଣ କରାଯାଇଥିଲା। ହେଲେ ସେଦିନ ଏକ ରାଜନୈତିକ ଦଳର କର୍ମିମାନେ ବୁଥ ଭିତରେ ପଶି ବିଶୃଙ୍ଖଳା ସୃଷ୍ଟି କରିଥିଲେ ଏବଂ ବୁଥ କ୍ୟାପଚରିଂ କରାଯାଇଥିବାର ଅଭିଯୋଗ ଆସିଥିଲା। ଫଳରେ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ଅନୁରୋଧ କ୍ରମେ ସେଠାରେ ପୁନଃମତଦାନ କରିବାକୁ ଭାରତ ନିର୍ବାଚନ କମିଶନର ନିର୍ଦ୍ଦେଶ ଦେଇଛନ୍ତି।

Share This Article