ଗୋ ସୁରକ୍ଷା ନେଇ ରାଜ୍ୟ ନିର୍ବାଚନ ଅଧିକାରୀ ଓ ଜିଲ୍ଲାପାଳଙ୍କୁ ଦାବିପତ୍ର

Odisha Hot News
1 Min Read

ବାଲୁଗାଁ (ସୀତାରାମ ଅଗ୍ରୱାଲ): ନିର୍ବାଚନ ଆଚରଣ ବିଧି ଲାଗୁରହିଥିବା ବେଳେ ଆନ୍ତଃ ରାଜ୍ୟ ଗୋ ତସକରି ଦିନକୁଦିନ ବୃଦ୍ଧି ପାଉଛି। ଶହ ଶହ ସଂଖ୍ୟକ ଗାଈ ଗୋରୁଙ୍କୁ ଅତି ନିଷ୍ଠୁର ଭାବେ ମଧ୍ୟରାତ୍ରିରେ ବେଆଇନ ଭାବେ ଜାତୀୟ ରାଜପଥର ଚାଲାଣ ହେଉଥିବା ନଜିର ରହିଛି। ଉକ୍ତ ରାସ୍ତାରେ ବିଭିନ୍ନ ଥାନା ପଡୁଥିଲେ ମଧ୍ୟ ବେଧଡକ ଭାବେ କଣ୍ଟେନର, ଆଇଚର, ଟ୍ରକ ଆଦିରେ ଭର୍ତ୍ତି କରି ଗୋ ତସକରି ମାନେ ବାହାର ରାଜ୍ୟକୁ ଚାଲାଣ କରୁଛନ୍ତି। ଏହାକୁ ପ୍ରତିହତ କରିବାକୁ ପୋଲିସ ପ୍ରଶାସନ ଅକ୍ଷମ ହୋଉଥିବା ବେଳେ ଅନେକ ସମୟରେ ବଜରଙ୍ଗ ଦଳ, ଗୋ ସୁରକ୍ଷା ସଂଗଠନ ପକ୍ଷରୁ ଏହି ଗାଈ ଗୋରୁଙ୍କୁ ଉଦ୍ଧାର କରି ପୋଲିସକୁ ହସ୍ତାନ୍ତର କରାଯାଉଛି। ପୋଲିସ ନାମକୁ ମାତ୍ର କେଶ କରି ଚୁପ ବସିଯାଇଛନ୍ତି।

ବିଭିନ୍ନ ସ୍ଥାନରେ ନିଜ ଜୀବନକୁ ବାଜି ଲଗାଇ ଏହି ସଂଗଠନ ଗୁଡ଼ିକ ନୀରିହ ପ୍ରାଣୀମାନଙ୍କୁ ଉଦ୍ଧାର କରିଥିଲେ ମଧ୍ୟ ପୋଲିସ ଅଧିକାରୀ ମାନେ ନିଜ ଅଂଚଳରୁ ଏହି ଗୋ ତସକରି ବନ୍ଦ କରିବାପାଇଁ ବେପାରୀ ଓ ଅଭିଯୁକ୍ତମାନଙ୍କପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଭାରତ ସରକାରଙ୍କ ପୂର୍ବତନ ପ୍ରାଣୀ କଲ୍ୟାଣ ଅଧିକାରୀ ତଥା ଖୋର୍ଦ୍ଧା ଜୀବେ ନିଷ୍ଠୁରତା ନିରୋଧ ସମିତି ବା ଏସପିସି ର ଡା ତ୍ରୈଲୋକ୍ୟ ନାଥ ମହାରଣା ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କୁ ସାକ୍ଷାତ କରି ଆଲୋଚନା କରିବାସହ ଦାବିପତ୍ର ପ୍ରଦାନ କରିଛନ୍ତି। ଏଥିସହିତ ଏହାକୁ ତୁରନ୍ତ ବନ୍ଦ କରିବା ସହ ଏହା ଉପରେ ଦୃଢକାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ନିର୍ବାଚନ ଅଧିକାରୀ ଏବଂ ଗଞ୍ଜାମ ଜିଲାପାଳଙ୍କୁ ପତ୍ର ପ୍ରେରଣ କରିଛନ୍ତି।

ରାଜ୍ୟରେ ନିର୍ବାଚନ ଆଚରଣ ବିଧି ପାଳନ ହେଉଥିବା ବେଳେ ମଧ୍ୟରାତ୍ରିରେ ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲା ରାଜପଥର ଦୁଇ ପାର୍ଶ୍ଵରେ ଥିବା ଥାନା ଓ ଟୋଲ ଗେଟ ଗୁଡିକରେ ଯାଞ୍ଚ ପ୍ରକ୍ରିୟା କଡାକଡି କରିବା ପାଇଁ ସେ ଅନୁରୋଧ କରିଛନ୍ତି।

Share This Article