ବଡି ଭୋରରୁ ପାଣ୍ଡିଆନଙ୍କ ଗୋପାଳପୁରରେ ସାମ୍ବାଦିକ ସମ୍ମିଳନୀ, ହୋଇଗଲେ ଭାବ ପ୍ରବଣ

Odisha Hot News
1 Min Read

ଭୁବନେଶ୍ବର: ଆଜି ବଡି ଭୋରରୁ ଗୋପାଳପୁରରେ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ। ଏଥିରେ ସେ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି। ପୁଣିଥରେ ଓଡିଶାରେ ନବୀନ ସରକାର ଗଠନ ହେବ ବୋଲି ସେ ଦୃଢକ୍ତି ପ୍ରକାଶ କରିଛନ୍ତି। ତେବେ ଏହି ସାମ୍ବାଦିକ ସମ୍ମିଳନୀରେ ୧୯୯୯ ମହାବାତ୍ୟାକୁ ନେଇ ସେ ଭାବ ପ୍ରବଣ ହୋଇପଡିଥିଲେ।

ସେ କହିଥିଲେ ଯେ, ମହାବାତ୍ୟା ବେଳେ ରିଲିଫରେ ପୁରୁଣା ଲୁଗା ଓଡିଶାକୁ ଆସୁଥିଲା। ତାହାକୁ ଦେଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିଥିଲେ। ଏ କଥା କହିବା ବେଳେ ଖୋଦ ପାଣ୍ଡିଆନ ମଧ୍ୟ ଭାବ ପ୍ରବଣ ହୋଇପଡିଥିଲେ। ଏହାପରେ ପାଣ୍ଡିଆନ କହିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭଲ ଭାବେ ଜାଣିଛନ୍ତି ଯେ, ଓଡିଶାବାସୀ କଣ ଚାହୁଁଛନ୍ତି। ସେହି ଅନୁସାରେ ସେ କାମ କରୁଛନ୍ତି।

ପାଣ୍ଡିଆନ ଏହି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଗତ ନିର୍ବାଚନରେ ପ୍ରଧାନମନ୍ତ୍ରୀ କେନ୍ଦ୍ରାପଡାରେ କହିଥିଲେ ଯେ, ଓଡିଶାରେ ବିଜେପି ସରକାର ଆସିବ। ହେଲେ ବିଜେଡି ବହୁମତରେ ଜିତି ସରକାର କଲା। ଏଥର ମଧ୍ୟ ସେମାନେ କହୁଛନ୍ତି ଓଡିଶାରେ ସରକାର କରିବେ। ହେଲେ ତାହା ଏଥର ମଧ୍ୟ ହେବ ନାହିଁ।

ଓଡିଶାରୁ ବିଜେପିର ୮ଜଣ ସାଂସଦ ନିର୍ବାଚିତ ହୋଇଯାଇଥିଲେ। ହେଲେ ସେମାନେ କେବେ ବି ଓଡିଶା ବିକାଶ ପ୍ରସଂଗରେ ଆଲୋଚନା କଲେ ନାହିଁ। ହେଲେ ବିଜେଡି ସାଂସଦମାନେ ଓଡିଶାର ହକ ପାଇଁ ଲଢେଇ କରୁଛନ୍ତି। ବିଜେପି ପାଖରେ କୌଣସି ପ୍ରସଂଗ ହିଁ ନାହିଁ। ସେଥିପାଇଁ ସେମାନେ ଅସ୍ମିତା ପରି ଅପ୍ରସଂଗକୁ ପ୍ରସଂଗ କରି ଧରିବସିଛନ୍ତି।

ପାଣ୍ଡିଆନ କହିଛନ୍ତି ଯେ, ବିଜେପି ଓଡିଶାରେ ସରକାର ଗଠନ କରିବା ପାଇଁ ମାନିଫେଷ୍ଟୋ ଆଣିଛି। ହେଲେ ବିଜେଡି ସମୃଦ୍ଧ ଓଡିଶା ଗଠନ କରିବା ପାଇଁ ମାନିଫେଷ୍ଟୋ କରିବ। ଆଉ ଦୁଇ ତିନି ଦନ ଭିତରେ ବିଜେଡି ଇସ୍ତାହାର ପ୍ରକାଶ ପାଇବ।

Share This Article