କଂଗ୍ରେସ ଘୋଷଣା କଲା ପୁରୀ ଲୋକସଭା ପାଇଁ ପ୍ରାର୍ଥୀଙ୍କ ନାମ

Odisha Hot News
1 Min Read

ଭୁବନେଶ୍ବର: ପୁରୀ ଲୋକସଭା ପାଇଁ କଂଗ୍ରେସ ନୂଆ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ପୂର୍ବରୁ ଦଳ ସୁଚରିତା ମହାନ୍ତିଙ୍କୁ ପ୍ରାର୍ଥୀ କରିଥିଲା। ହେଲେ ସେ ଗତକାଲି ତାଙ୍କର ଟିକେଟ ଫେରାଇ ଦେଇଥିଲେ।ଏହାପରେ ଦଳ ଜୟନାରାୟଣ ପଟ୍ଟନାୟକଙ୍କୁ ପୁରୀ ଲୋକସଭା ପ୍ରାର୍ଥୀ ଭାବେ ଘୋଷଣା କରିଛି।

ସୁଚରିତା ଅଭିଯୋଗ କରିଥିଲେ ଯେ ନିର୍ବାଚନ ଖର୍ଚ୍ଚ ପାଇଁ ଯେଉଁ ଟଙ୍କା ଦରକାର ତାହା ଦଳ ଦେବାକୁ ମନା କଲା। ଏଥିସହିତ ଏହି ଲୋକସଭା ଆସନ ଅଧିନରେ ଥିବା ବିଧାନସଭାରେ ଦୁର୍ବଳ ପ୍ରାର୍ଥୀ ପରିବର୍ତ୍ତି ପାଇଁ ମଧ୍ୟ ଅନୁରୋଧ କରିଥିଲି। ହେଲେ ଦଳ ତରଫରୁ ଏସବୁ କରିବା ପାଇଁ ମନା କରିଦିଆଯିବା ପରେ ଟିକେଟ ଫେରାଇଲି ବୋଲି ସୁଚରିତା କହିଛନ୍ତି।

Share This Article