ସ୍ବାଧୀନ ଭାବେ ପ୍ରାର୍ଥୀପତ୍ର ଦାଖଲ କଲେ ଅନୁଭବ ପଟ୍ଟନାୟକ

Odisha Hot News
1 Min Read

ନୟାଗଡ଼ (ସୁଧାକର ମିଶ୍ର): ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀରେ ସ୍ବାଧୀନ ପ୍ରାର୍ଥୀ ଭାବେ ପାଥିପତ୍ର ଦାଖଲ କରିଛନ୍ତି ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ। ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ ତାଙ୍କ ପ୍ରତି ଅଣଦେଖା କରିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତିି। ଗତ ବିଧାନସଭା ନିର୍ବାଚନରେ ବିଜେଡି ତାଙ୍କୁ ଟିକେଟ ନଦେବା ଫଳରେ ସେ ଦଳ ଛାଡ଼ିନଥିଲେ, କିନ୍ତୁ ୨୦୨୪ ବିଧାନସଭା ନିର୍ବାଚନରେ ତାଙ୍କୁ ଦଳ ଅଣ ଦେଖା କରିଛି ବୋଲି ସେ ଅଭିଯୋଗ କରିଛନ୍ତି।

ଅହରହ ଦଳ ପାଇଁ କାମ କରି ଦଳ ତାଙ୍କୁ ଏଇ ଉପହାର ଦେଲା। କିନ୍ତୁ ସେ ହାରିଯାଇନାହାନ୍ତି। ସ୍ବାଧିନ ଭାବେ ସେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀ ଭୋଟର୍ ଭାଇ ଭଉଣି ମାନଙ୍କର ତାଙ୍କ ପ୍ରତି ସମର୍ଥନ ଅଛି ବୋଲି ସେ ମତ ରଖିଛନ୍ତି।

ତାଙ୍କ ମା ପୁର୍ବତନ ବିଧାୟକା ବିଜୟଲକ୍ଷ୍ମୀ ପଟ୍ଟନାୟକ ସ୍ବାଧୀନ ଭାବେ ଖଣ୍ଡପଡ଼ାରେ ଜିତିଥିଲେ। ତାଙ୍କ ପୁତ୍ର ଅନୁଭବ ପଟ୍ଟନାୟକ ଆଶା ରଖିଛନ୍ତି କି ଖଣ୍ଡପଡ଼ାବାସୀ ମଧ୍ୟ ତାଙ୍କୁ ଜିତାଇବେ।

Share This Article