ବିଜେପିରୁ ଟିକେଟ ନ ମିଳିବାରୁ ଏବେ ସ୍ବାଧୀନ ଭାବେ ଲଢିବେ ପୂର୍ବତନ ମନ୍ତ୍ରୀ ଦେବାଶୀଷ ନାୟକ

Odisha Hot News
1 Min Read

ଭୁବନେଶ୍ବର: ଗତକାଲି ବିଜେପି ତରଫରୁ ଘୋଷଣା ହୋଇଥିବା ପ୍ରାର୍ଥୀ ତାଲିକାରେ ବରୀରୁ ପୂର୍ବତନ ମନ୍ତ୍ରୀ ଦେବାଶୀଷ ନାୟକଙ୍କ ନାମ ନାହିଁ। ତାଙ୍କ ବଦଳରେ ଦଳ ଉମେଶ ଚନ୍ଦ୍ର ଜେନାଙ୍କୁ ପ୍ରାର୍ଥୀ କରିଛି। ଏହାକୁ ନେଇ ଉତକ୍ଷିପ୍ତ ହୋଇପଡିଛନ୍ତି ଦେବାଶୀଷ ନାୟକ। ସେ ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଥିଲେ। ବରୀରୁ ଟିକେଟ ମିଳିବ ବୋଲି ବଡ ଆଶା ଥିଲା। ହେଲେ ତାହା ହେଲା ନାହିଁ।

ବର୍ତ୍ତମାନ ବରୀରୁ ସେ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢେଇ କରିବେ ବୋଲି ଦେବାଶୀଷ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ମୋ ପାଇଁ ବରୀବାସୀ ହେଉଛନ୍ତି ବଡ, ଦଳ ବଡ ନୁହେଁ। ବରୀବାସୀଙ୍କ ସେବା କରିବା ପାଇଁ ମୁଁ ନିର୍ବାଚନ ଲଢିବି। ଏହି ସୂଚନା ଦେଇଛନ୍ତି ଦେବାଶୀଷ ନାୟକ। ଫଳରେ ସେ ଏଥର ସ୍ବାଧୀନ ଭାବେ ନିର୍ବାଚନ ଲଢିବାକୁ ନିଷ୍ପତି ଗ୍ରହଣ କରିଛନ୍ତି।

Share This Article