ଢେଙ୍କାନାଳ: ଅଡୁଆ ରେ ଏବେ ଢ଼େଙ୍କାନାଳ ବେଲଟିକିରି ଗୁଡ ନ୍ୟୁଜ୍ ଇଣ୍ଡିଆ ସେଲଟର ହୋମ । ତେବେ କିଛି ଦିନ ତଳେ ସଂସ୍ଥାରେ ଝିଅମାନଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗ ଆସିଥିଲା । ପୁଲିସ ଅଭିଯୋଗ ପାଇବା ପରେ ସସ୍ଥାର ଇନଚାର୍ଜ ଗିରଫ କରିଥିବା ବେଳେ ଏମ୍ଡି ଫେରାର ହୋଇଯାଉଥିଲା । ତେବେ ଗତକାଲି ଏହି ଘଟଣାରେ ତିନି ଜଣଙ୍କୁ ଗିରଫ କରାଯିବା ପରେ ଏହି ସଂସ୍ଥା ଅଧୀନରେ ପରିଚାଳିତ ଅନ୍ୟ ସେଲଟର ହୋମ ଗୁଡିକ ଉପରେ ଚଢ଼ାଉ କରାଯାଉଛି । ଆଜି କନ୍ଧମାଳ ବାଲିଗୁଡା ଓ ଭଦ୍ରକରେ ଥିବା ଗୁଡ୍ ନ୍ୟୁଜର ସେଲଟର ହୋମ ଉପରେ ଚଢ଼ାଉ କରାଯାଇଥିବା ଜଣାପଡିଛି । ସେପଟେ ଜିଲ୍ଳପାଳଙ୍କ ନିର୍ଦ୍ଦେଶରେ ଉପଜିଲ୍ଲାପାଳ, ଶିଶୁ ସୁରକ୍ଷା ଅଧିକାରୀ ଯାଇ ତଦନ୍ତ କରିଛନ୍ତି । ଶନିବାର ରାତିରେ ପୁରୀରେ ଗୁଡ ନ୍ୟୁଜ୍ ଇଣ୍ଡିଆର ସେଲଟର ହୋମ ଉପରେ ଚଢ଼ାଉ ହୋଇଥିବାବେଳେ ଗତକାଲି ଗଜପତି, ବାଲେଶ୍ୱର ସେଲଟର ହୋମରେ ଚଢ଼ାଉ କରିଛି ପ୍ରଶାସନ । ଅନ୍ୟପଟେ ବିଭାଗୀୟ ମନ୍ତ୍ରୀ କହିଥିଲେ, ପଞ୍ଜୀକୃତ ହୋଇନଥିବା ଏବଂ ପଞ୍ଜୀକରଣ ହୋଇ ଚାଲୁନଥିବା ସମସ୍ତ ସେଲଟର ହୋମ ଉପରେ କାର୍ୟ୍ୟାନୁଷ୍ଠାନ ନିଆଯିବ ।
ଢ଼େଙ୍କାନାଳ ବେଲଟିକିରି ଗୁଡ ନ୍ୟୁଜ୍ ଇଣ୍ଡିଆ ସେଲଟର ହୋମ ଘଟଣା ପରେ ,ବେଆଇନ ସେଲଟର ହୋମ ଉପରେ ଉପଜିଲ୍ଲାପାଳ, ଶିଶୁ ସୁରକ୍ଷା ଅଧିକାରୀ ଙ୍କ ତନାଘନା !
You Might Also Like
Leave a Comment
Leave a Comment
- Advertisement -
