ଚଳିତ ନିର୍ବାଚନରେ ବିଜେଡି ଜଣେ ସାମ୍ବାଦିକଙ୍କୁ ଦେଲା ଟିକେଟ, ଜାଣନ୍ତୁ ସେ କିଏ ?

Odisha Hot News
1 Min Read

ଭୁବନେଶ୍ବର: ବିଜେଡି ବିଭିନ୍ନ ସମୟରେ ମାଷ୍ଟର ଷ୍ଟ୍ରୋକ ମାରିବାରେ ଧୂରନ୍ଦର। କେତେବେଳେ କଣ ନିଷ୍ପତି ନେବେ ତାହା ଜାଣିବା ସହଜ ନୁହେଁ। ସେହି ପରିପ୍ରେକ୍ଷୀରେ ଚଳିତ ନିର୍ବାଚନରେ ବିଜେଡି ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ନିଷ୍ପତି କରି ସମସ୍ତଙ୍କୁ ଚକିତ କରିଦେଇଛି। ଯେପରି ଅଭିନେତ୍ରୀ ବର୍ଷାଙ୍କୁ ବଡଚଣାରେ ପ୍ରାର୍ଥୀ କରିବା ହେଉ କିମ୍ବା ବହୁ ବିଧାୟକଙ୍କ ଟିକେଟ କାଟିବା ହେଉ। ଏ ସବୁ ଦଳ ବେଶ ଗୋଟି ଚାଳନା କରି ସଫଳ ହୋଇପାରିଛି।

ସେହିପରି ଦଳ ଗତକାଲି ଘୋଷଣା କରିଥିବା ପ୍ରାର୍ଥୀ ତାଲିକାରେ ଜଣେ ସାମ୍ବାଦିକଙ୍କୁ ବିଧାୟକ ପ୍ରାର୍ଥୀ ଭାବେ ଛିଡା କରିଛି। ସେ ହେଉଛନ୍ତି ଭୋଗରେଇ ଆସନ ପାଇଁ ପ୍ରାର୍ଥୀ ହୋଇଥିବା ଗୌତମ ବୁଦ୍ଧ ଦାସ। ସେ ହେଉଛନ୍ତି ସମ୍ବାଦ ର ଜଣେ ସାମ୍ବାଦିକ। ବହୁ ବର୍ଷ ଧରି ସେ ସାମ୍ବାଦିକତା କରିବା ପରେ ଦୁଇ ବର୍ଷ ତଳେ ବିଜେଡିରେ ଯୋଗ ଦେଇଛନ୍ତି। ଏହାପରେ ବିଜେଡି ତାଙ୍କୁ ମୁଖପାତ୍ର ଭାବେ ନିଯୁକ୍ତ କରିଛି। ବର୍ତ୍ତମାନ ତାଙ୍କୁ ବିଜେଡି ଟିକେଟ ଦେଇଛି।

ଭୋଗରେଇରେ ଦଳ 4ଥର ବିଧାୟକ ଥିବା ଅନନ୍ତ ଦାସଙ୍କ ଟିକେଟ କାଟି ଦେଇଛି। ବାର୍ଦ୍ଧକ୍ୟ ଯୋଗୁଁ ତାଙ୍କୁ ଦଳ ଏଥର ଟିକେଟ ଦେବ ନାହିଁ ବୋଲି ପୂର୍ବରୁ ଜଣାଥିଲା। ହେଲେ ସେ ତାଙ୍କ ପୁଅଙ୍କୁ ପ୍ରାର୍ଥୀ କରାଇବା ପାଇଁ ନବୀନ ନିବାସ ଆସି କଥାବାର୍ତ୍ତା କରିଥିଲେ। ହେଲେ ଶେଷରେ ତାଙ୍କ କଥା ରହି ନ ଥିଲା। ଦଳ ନୂଆ ପ୍ରାର୍ଥୀ ହିସାବରେ ଗୌତମ ବୁଦ୍ଧ ଦାସଙ୍କ ଉପରେ ଭରସା କରିଛି।

Share This Article