କଟକ ବାରବାଟୀରୁ କଂଗ୍ରେସ ପ୍ରାର୍ଥୀ ହୋଇପାରନ୍ତି ସୋଫିଆ ଫିର୍ଦ୍ଦୋସ, ଜାଣନ୍ତୁ ସେ କିଏ ?

Odisha Hot News
1 Min Read

ଭୁବନେଶ୍ବର: କଟକ ବାରବାଟୀ ବିଧାନସଭା ଆସନରୁ କଂଗ୍ରେସରୁ ପ୍ରାର୍ଥୀ ହୋଇପାରନ୍ତି ସୋଫିଆ ଫିର୍ଦ୍ଧୋସ। ଏ ନେଇ କଟକରେ ଚାଲିଛି ଗୁପ୍ତ ବୈଠକ। ତେବେ କଂଗ୍ରେସ ତରଫରୁ ଏ ପର୍ଯ୍ୟନ୍ତ ସେଠାରେ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇ ନ ଥିବାରୁ ଏହି ଚର୍ଚ୍ଚା ବଢିଛି। ସେ କଟକ ପାଇଁ ଏକ ଯୁବ ଚେହେରା ଭାବେ ଭଲ ଭୋଟ ହାସଲ କରିବେ ବୋଲି ଅନେକ ଆଶା କରିଛନ୍ତି।

ତେବେ ପ୍ରଶ୍ନ ଉଠିଛି ଯେ, ଏହି ସୋଫିଆ ଫିର୍ଦ୍ଦୋସ କିଏ? ସେ ହେଉଛନ୍ତି କଟକ ବାରବାଟୀର ବର୍ତ୍ତମାନର ବିଧାୟକ ମହମ୍ମଦ ମୋକିମଙ୍କ ଝିଅ। ଯିଏ ବର୍ତ୍ତମାନ ମୋକିମଙ୍କ ବିଶାଳ ବିଲଡର ସଂସ୍ଥାକୁ ସମ୍ଭାଳୁଛନ୍ତି। ମୋକିମ ବର୍ତ୍ତମାନ ଆଇନ ଜାଲରେ ଛନ୍ଦି ହୋଇପଡିବା ପରେ ତାଙ୍କର ନିର୍ବାଚନ ଲଢିବା ଆଶା ମଉଳି ଯାଇଛି। ଫଳରେ ତାଙ୍କ ସ୍ଥାନରେ ଝିଅ ସୋଫିଆଙ୍କୁ ପ୍ରାର୍ଥୀ କରାଯିବ ବୋଲି ଜଣାପଡିଛି।

ଏ ନେଇ ମହମ୍ମଦ ମୋକିମ ତାଙ୍କର କଟକ ବାସଭବନରେ ଏକ ଗୁପ୍ତ ବୈଠକ କରିଛନ୍ତି। ସେଠାରେ ତାଙ୍କର କର୍ମିମାନଙ୍କୁ ଝିଅ ଲଢିଲେ ଠିକ ହେବ କି ନାହିଁ ମତାମତ ଲୋଡୁଛନ୍ତି। ଏହାପରେ ସେ ପ୍ରଦେଶ କଂଗ୍ରେସକୁ ଜଣାଇବେ ବୋଲି କୁହାଯାଇଛି। ତେବେ ଏ ନେଇ ମୋକିମ କହିଛନ୍ତି ଯେ, ସେ ଛିଡା ହେବ କି ନାହିଁ ତାହା କଂଗ୍ରେସ ଉପରେ ନିର୍ଭର କରେ। ତେବେ ସୋଫିଆର ପ୍ରାର୍ଥିତ୍ବକୁ ନେଇ ବିଚାର ଚାଲିଛି ବୋଲି ମୋକିମ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ ମୁଁ କର୍ମିଙ୍କ ଭାଗାବେଗକୁ ସମ୍ମାନ ଦେବି। ମୁଁ ସବୁବେଳ କଟକବାସୀଙ୍କ ସେବାରେ ରହିବି। ବଞ୍ଚିଥିବା ପର୍ଯ୍ୟନ୍ତ କଟକ ଲୋକଙ୍କ ସହିତ ରହିବି ବୋଲି ମୋକିମ କହିଛନ୍ତି। ତେବେ ମୋକିମ ORHDC ଦୁର୍ନିତି ମାମଲାରେ ଛନ୍ଧି ହୋଇପଡିବା ପରେ ସେ ନିର୍ବାଚନ ଲଢେଇ କରିବା ଆଶା ରହୁ ନାହିଁ। ଫଳରେ ତାଙ୍କ ଝିଅ ସୋଫିଆଙ୍କୁ ପ୍ରାର୍ଥୀ କରିବା ପାଇଁ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

Share This Article