ପୂର୍ବତଟ ରେଳପଥ ପକ୍ଷରୁ ବିଶ୍ୱ ଐତିହ୍ୟ ଦିବସ ପାଳିତ

Odisha Hot News
1 Min Read

ଭୁବନେଶ୍ଵର: ପୂର୍ବତଟ ରେଳପଥ ପକ୍ଷରୁ ବିଶ୍ୱ ଐତିହ୍ୟ ଦିବସକୁ ଉତ୍ସାହର ସହ ପାଳନ କରାଯିବା ସହ ସମୃଦ୍ଧ ରେଳ ଐତିହ୍ୟର ସଂରକ୍ଷଣ ଓ ସମ୍ମାନ ଉପରେ ଗୁରୁତ୍ୱାରୋପ କରାଯାଇଛି। ପୂର୍ବତଟ ରେଳପଥର କାର୍ଯ୍ୟକାରୀ ମହାପ୍ରବନ୍ଧକ ମହେଶ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆମ ସାଂସ୍କୃତିକ ପରମ୍ପରାକୁ ସୁରକ୍ଷିତ ରଖିବା ପାଇଁ ବିଭିନ୍ନ ଆଲୋଚନା, କଳାତ୍ମକ ଅଭିବ୍ୟକ୍ତି ଓ ମିଳିତ ପ୍ରତିବଦ୍ଧତାର ମିଶ୍ରଣ ଦେଖିବାକୁ ମିଳିଥିଲା।

ଅନୁଗୁଳ ସୁକିନ୍ଦା ରେଲୱେ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ଦିଲୀପ କୁମାର ସାମନ୍ତରାୟ ଙ୍କ ଆକର୍ଷଣୀୟ ବକ୍ତବ୍ୟରେ ରେଳଐତିହ୍ୟ ଓ ଏହାର ସଂରକ୍ଷଣ ଉପରେ ନିଜର ଦୃଷ୍ଟିକୋଣ ଉପସ୍ଥାପନ କରିଥିଲେ।

ମୁଖ୍ୟ ଅତିଥି ଶ୍ରୀ ବେହେରା ତାଙ୍କ ଅଭିଭାଷଣରେ ରେଳଐତିହ୍ୟର ସୁରକ୍ଷା ଉପରେ ଗୁରୁତ୍ବାରୋପ କରିବା ସହ କାର୍ଯ୍ୟକ୍ରମର ସାମୂହିକ ଭାବନାକୁ ପ୍ରୋତ୍ସାହିତ କରିଥିଲେ।
ଏହି ଅବସରରେ ଆୟୋଜିତ ଏକ କଳା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। କଳା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ କାର୍ଯ୍ୟକାରୀ ମହାପ୍ରବନ୍ଧକ ମହେଶ କୁମାର ବେହେରା ଓ ପୂର୍ବତଟ ରେଳପଥ ମହିଳା ସଂଗଠନର ଅଧ୍ୟକ୍ଷା ଶର୍ମିଳା ବେହେରା ପୁରସ୍କାର ପ୍ରଦାନ କରିଥିଲେ।

ରେଳ ସଂଗ୍ରହାଳୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ପୂର୍ବତଟ ରେଳପଥ ଉପ ମହାପ୍ରବନ୍ଧକ କେ.କେ.ଖଡଙ୍ଗା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ରେଳବାଇର ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।

Share This Article