ଦୁଇ ବିଜେଡ଼ି ବିଧାୟକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ: ଦଳ ଅଦଳବଦଳ ଯୋଗୁଁ ସଭ୍ୟ ପଦ ରଦ୍ଦ କଲେ ବାଚସ୍ପତି

Odisha Hot News
1 Min Read

ଭୁବନେଶ୍ଵର: ଦଳ ଅଦଳବଦଳ ଯୋଗୁଁ ଦୁଇ ଜଣ ବିଧାୟକଙ୍କ ଉପରେ ବିଧାନସଭା ବାଚସ୍ପତି ପ୍ରମିଳା ମଲ୍ଲିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଆଜି ଦୁଇଜଣ ବିଜେଡ଼ି ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ହୋଇଛି। ବିଧାନସଭା ବାଚସ୍ପତି ପ୍ରମିଳା ମଲ୍ଲିକ ଦୁଇ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ କରିଛନ୍ତି। ସତ୍ୟବାଦୀ ବିଧାୟକ ଅରବିନ୍ଦ ଢାଲି ଓ ତେଲେକୋଇ ବିଧାୟକ ପ୍ରେମାନନ୍ଦ ନାୟକଙ୍କ ସଭ୍ୟ ପଦ ରବ୍ଦ ହୋଇଛି।

ତେବେ ଏହି ଦୁଇ ବିଧାୟକ ବିଜେଡ଼ି ଛାଡି ନିକଟରେ ବିଜେପିରେ ସାମିଲ ହୋଇଥିଲେ। ଦଳବଦଳ କାରଣରୁ ଦୁଇ ବିଧାୟକଙ୍କ ବିଧାୟକ ପଦ ରଦ୍ଦ ନେଇ ବିଧାନସଭା ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ହେଲେ ଏହା ପୂର୍ବରୁ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଏବଂ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଦଳ ବଦଳ କରିଥିଲେ ମଧ୍ୟ ଉଭୟଙ୍କ ଉପରେ ସେହି ନିୟମ ଲାଗୁ ହୋଇନାହିଁ। କାରଣ ସେମାନେ ଦଳ ବଦଳ ପୂର୍ବରୁ ବିଜେଡ଼ି ଦଳରୁ ବହିସ୍କୃତ ହୋଇଥିଲେ।

Share This Article